ତୃତୀୟ ଦିନରେ’ଛପାକ୍’ ଫିଲ୍ମର ସାଂନଦାର କଲେକ୍ସନ, କମାଇଲା ଏତେ କରୋଡ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଦୀପିକା ପାଦୁକୋନ୍ ଏବଂ ବିକ୍ରାନ୍ତ ମେସିଙ୍କ ଷ୍ଟାରର ଫିଲ୍ମ ‘ଛପାକ୍’ ତୃତୀୟ ଦିନରେ ଟିକେଟ ଖିଡକୀ ଉପରେ ମଜଭୁତିରେ ନଜର ଆସୁଅଛି । ଏହି ଫିଲ୍ମଟି ତୃତୀୟ ଦିନରେ ଭଲ କଲେକ୍ସନ କରିଅଛି । ଯେଉଁଠି ଗୋଟିଏ ପଟରେ ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ ଦ ଅନସଙ୍ଗ ୱାରିୟର’ ତେଜିରେ 100କରୋଡ ପାଖକୁ ଯାଉଥିବାର ନଜର ଆସୁଛି ସେଇଠି ଅନ୍ୟ ପଟରେ ଦୀପିକାଙ୍କ ଫିଲ୍ମ ‘ଛପାକ୍’ ଧୀରେ ଧୀରେ ନିଜର ଲାଗତ ବାହାର କରିବା ପାଇଁ ବଢୁଅଛି ।

ଟ୍ରେଣ୍ଡ ଏନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ‘ଛପାକ୍’ର ତୃତୀୟ ଦିନର ବକ୍ସ ଅଫିସ କଲେକ୍ସନକୁ ସେୟାର କରିଛନ୍ତି । ଫିଲ୍ମଟି ତୃତୀୟ ଦିନ ରବିବାର 7.35କରୋଡର ଆୟ କରିଅଛି । ଏହା ପୂର୍ବରୁ ‘ଛପାକ୍’ ପ୍ରଥମ ଦିନ ଶୁକ୍ରବାର 4.77କରୋଡ ଏବଂ ଶନିବାର 6.90କରୋଡର ବକ୍ସ ଅଫିସ କଲେକ୍ସନ କରିଥିଲା । ଏ ସମସ୍ତ ଦିନର ଆୟକୁ ମିଶାଇ ମୋଟ 19.02କରୋଡର ବିଜନେସ କରିଅଛି ।

‘ଛପାକ୍’କୁ ଭାରତରେ 1700 ଏବଂ ବିଦେଶରେ 460 ସ୍କ୍ରିନ ମିଳିଅଛି । ମୋଟ 2160 ସ୍କ୍ରିନରେ ‘ଛପାକ୍’କୁ ରିଲିଜ କରାଯାଇଅଛି । ‘ଛପାକ୍’ର ଆନୁମାନିକ ବଜେଟ 35-40 କରୋଡ ଅଟେ । ପ୍ରଥମ ଦିନ ଏହି ଫିଲ୍ମଟି ଟ୍ରେଣ୍ଡ ଏକ୍ସପର୍ଟସ ଆନୁମାନିକ ମୁତାବକ ଓପନିଂ କରିଥିଲା । ଦ୍ୱିତୀୟ ଏବଂ ତୃତୀୟ ଦିନର ଆୟକୁ ଦେଖିଲେ ଜଣାପଡୁଛି ଫିଲ୍ମର କଲେକ୍ସନ ଗ୍ରାଫ ଷ୍ଟ୍ରଙ୍ଗ ହେଇ ହେଇ ଯାଉଛି ।

ଏହି ମୁବିରେ ଦୀପିକା ପାଦୁକୋନ୍ ଏବଂ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମକୁ ମେଘନା ଗୁଲଜାର୍ ନିର୍ଦେଶନା ଦେଇଛନ୍ତି । ଫିଲ୍ମରେ ଦୀପିକା ପାଦୁକୋନ୍ ଏସିଡ ଆଟେକ ପୀଡିତାର ଭୂମିକାରେ ଅଛନ୍ତି । ଏଥିରେ ବିକ୍ରାନ୍ତ ମେସି ତାଙ୍କର ପାଟନର ଏବଂ ସୋସିଆଲ ଏକ୍ଟିବିଟସ୍ ଭୂମିକାରେ ଅଛନ୍ତି ।


ସେୟାର କରନ୍ତୁ