କେଶରେ ସାପ ଗୋଡାଇ ମଲକୁ ଗଲେ ଯୁବତୀ, ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ

ଭାଇରାଲ
ସେୟାର କରନ୍ତୁ

ସାରା ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଦେଖିବାକୁ ମିଳନ୍ତି । କିଛି ଲୋକ ଫ୍ୟାସନ୍ ନାମରେ ଏପରି କାମ କରିଥାଆନ୍ତି, ଯାହା ଦେଖିବା ପାଇଁ ଅଦ୍ଭୁତ ଲାଗିଥାଏ । କିଏ ଫ୍ୟାସନ ନିଶାରେ ପୂରା ଶରୀରରେ ଟାଟୁ ଆଙ୍କିଲାଣି ତ କିଏ ନିଜର ନାକ, କାନ କାଟି ପକାଇଲାଣି । ଏହାରି ଭିତରେ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଯିଏ ଦେଖୁଛନ୍ତି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

ଭାଇରାଲ ଭିଡିଓରେ ଯୁବତୀ ଏକ ସପିଂ ମଲକୁ ଯାଉଥିବାର ନଜର ଆସିଛନ୍ତି । ତେବେ ଉକ୍ତ ଯୁବତୀ ମୁଣ୍ଡରେ ଏକ ଖୋପା କରିଛନ୍ତି । ଏହି ଖୋପାକୁ ସେ ରବର କି ଫୁଲରେ ସଜାଇ ନାହାନ୍ତି ବରଂ ଏକ ସାପ ଗୁଡ଼ାଇ ସଜାଇଛନ୍ତି ।

ଯୁବତୀଙ୍କ କେଶରେ ସାପ ଦେଖି ତାଙ୍କ ପାଖଆଖରେ ଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା । ଯୁବତୀ ଜଣକ ଅତି ସ୍ବାଭାବିକ ଭାବେ ସପିଂ ମଲରେ ଜିନିଷ କିଣୁଥିବା ଦେଖିବାକୁ ମିଳିଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ସାପଟି ମଧ୍ୟ ଯୁବତୀଙ୍କ କେଶରେ ସେଭଳି ସ୍ଥିର ଭାବେ ଗୁଡ଼ାଇ ହୋଇ ରହିଥିଲା ।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସ୍ନେକ ୱାର୍ଲଡ ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓ ସହିତ ଥିବା କ୍ୟାପସନରେ ଲେଖା ହୋଇଛି, ‘ତୁମେ କ’ଣ ଭାବୁଛ?’


ସେୟାର କରନ୍ତୁ