ଏହି ଆଡ ସୁଟିଂ ପାଈଁ ସଲମାନ ନେଲେ 35 କୋଟି ଟଙ୍କା !

ଭାଇରାଲ
ସେୟାର କରନ୍ତୁ

ସଲମାନ ଖାନଙ୍କ ଲୋକପ୍ରିୟତା ପାଇଁ ତାଙ୍କୁ ପ୍ରତ୍ୟେକ ବ୍ରାଣ୍ଡ ମେକର ନିଜ ସହିତ ଯୋଡ଼ିବାକୁ ଇଚ୍ଛା କରିଥାନ୍ତି। ନିକଟରେ ସଲମାନ ଖାନ ରିଅଲ ମି ସ୍ମାର୍ଟଫୋନ୍‌ର ବ୍ରାଣ୍ଡ ଆମ୍ବାସଡ଼ର ହୋଇଛନ୍ତି। ଏହି ବିଜ୍ଞାପନ ପାଇଁ ତାଙ୍କୁ କିଛି ଦିନ ତଳେ ସାଇନ୍‌ କରାଯାଇଥିଲା। କୁହାଯାଉଛି, ଏହି ବିଜ୍ଞାପନର ଶୁଟିଂ ପାଇଁ ତାଙ୍କୁ ଦୈନିକ ୭ କୋଟି ଟଙ୍କା ମିଳୁଥିଲା।

ରିପୋର୍ଟ ଅନୁସାରେ ଏହି ବିଜ୍ଞାପନର ଶୁଟିଂ ବାନ୍ଦ୍ରାସ୍ଥିତ ମେହବୁବ ଷ୍ଟୁଡିଓରେ ହୋଇଥିଲା। ସଲମାନଙ୍କୁ ଏହି ବିଜ୍ଞାପନର ଶୁଟିଂ ଓ ବ୍ରାଣ୍ଡର ମାର୍କେଟିଂ ଷ୍ଟ୍ରାଟେଜି ପାଇଁ ୪ରୁ ୫ ଦିନ ସମୟ ଲାଗିଯାଇଥିଲା। ତେଣୁ ଦିନକୁ ୭ କୋଟି ଟଙ୍କା ହିସାବରେ ତାଙ୍କୁ ପ୍ରାୟ ଏହି ବିଜ୍ଞାପନ ପାଇଁ ୨୮ରୁ ୩୫ କୋଟି ଟଙ୍କା ମିଳିଥିବା କୁହାଯାଉଛି। ସୂଚନାଯୋଗ୍ୟ ଯେ ଇଦ୍‌ରେ ରିଲିଜ୍‌ ହେବାକୁ ଯାଉଥିବା ସିନେମା ‘ରାଧେ: ଦ ମୋଷ୍ଟ ୱାଣ୍ଟେଡ୍‌’ ଶୁଟିଂରେ ସଲମାନ ବ୍ୟସ୍ତ ଅଛନ୍ତି। ଏଥିରେ ସେ ପୁଣିଥରେ ପୋଲିସ ଚରିତ୍ରରେ ନଜର ଆସିବେ ଓ ‘ଭାରତ’ ସିନେମାରେ ସହଅଭିନେତ୍ରୀ ଥିବା ଦିଶା ପଟ୍ଟାନୀଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବେ। ଏହି ସିନେମାର ନିର୍ଦେଶନା ପ୍ରଭୁଦେବା ଦେଉଛନ୍ତି। ସୂଚନାଯୋଗ୍ୟ ଯେ ସଲମାନଙ୍କ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ସୁପରଷ୍ଟାର୍‌ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ ସହିତ କ୍ଲାଶ୍‌ ହେବ।


ସେୟାର କରନ୍ତୁ