5T ସଚିବଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଏହି ଗସ୍ତରେ କ୍ୟାପିଟାଲ ହସ୍ପିଟାଲ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି । ଟ୍ରୋମା କେୟାର ଓ ସର୍ଜରୀ ବ୍ଲକ ଜୁନିଅର ହଷ୍ଟେଲର ଭିତ୍ତିଭୂମିର ସମୀକ୍ଷା କରିଛନ୍ତି I

ତେବେ ଏହି ଗସ୍ତ ଅବସରରେ ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳୀନ ପଣ୍ଡିତ, ସଚିବ ବୀର ବିକ୍ରମ ଯାଦବ, ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣଧୀନ ଅଞ୍ଚଳ ବୁଲିବା ସହ ବହୁ ସମୟ ଧରି ଆଲୋଚନା କରିଛନ୍ତି । ହସ୍ପିଟାଲ ନିର୍ଦ୍ଦେଶକ ଆସନ୍ତା 2023 ସୁଦ୍ଧା ନିର୍ମାଣ କାମ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ।

ସେହିପରି କ୍ୟାପିଟାଲ ହସ୍ପିଟାଲ ପରିସରରେ 80 କୋଟିର ଟ୍ରମା କେୟାର ସେଣ୍ଟର ନିର୍ମାଣ ଚାଲିଛି । ଯାହାକୁ ବୁଲି ଅନୁଧ୍ୟାନ କରିଛନ୍ତି 5T ସଚିବ । ଏହାବ୍ୟତୀତ 280 କୋଟି ଟଙ୍କାରେ ନିର୍ମାଣ ଚାଲିଥିବା ପିଜିଆଇ ବ୍ଲକର ସାଇଟ୍‌ ମଧ୍ୟ ବୁଲି ଦେଖିଛନ୍ତି ।


ସେୟାର କରନ୍ତୁ