ଜାଣନ୍ତୁ କେମିତି କରିବେ ବ୍ଲଡ ପ୍ରେସର ନିୟନ୍ତ୍ରଣ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଶରୀରରେ କ୍ୟାଲସିୟମର ଇନଟେକ କମ ହେବା ଦ୍ୱାରା ଆପଣଙ୍କ ସ୍ମଥ ମାଂସପେଶୀ ଉପରେ ଚାପ ପଡେ । ଏହା ଦ୍ୱାରା ଆପଣଙ୍କ ସ୍ମଥ ମାଂସପେଶୀ ଉପରେ ଚାପ ପଡେ । ଏହା ଦ୍ୱାରା ରକ୍ତଚାପ ବଢିଯାଏ ।

ଯଦି ଏହି ସମସ୍ୟା ଲମ୍ବା ସମୟ ଧରି ଲାଗି ରୁହେ ତେବେ ଆପଣଙ୍କର ହାର୍ଟ ଏବଂ କିଡନୀ ସହ ଜଡିତ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ଆଜି ଆମେ ଆପଣଙ୍କୁ 7ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ପ୍ରାକୃତିକ ଉପାୟରେ ରକ୍ତଚାପ ନିୟନ୍ତ୍ରଣ କରି ପାରିବେ ।

(1) କ୍ୟାଲସିୟମରେ ଭରପୂର କ୍ଷୀର- କ୍ୟାଲସିୟମ ବ୍ୟତୀତ କ୍ଷୀରରେ ପୋଟାସିୟମ ମଧ୍ୟ ରହିଛି । ଏହା ରକ୍ତଚାପ କମ କରିବାରେ ସାହାର୍ଯ୍ୟ କରେ । ପ୍ରତିଦିନ 1 ଗ୍ଲାସ କ୍ଷୀର ପିଇବା ଦ୍ୱାରା ଆପଣଙ୍କୁ ଲାଭ ମିଳିବ ।

(2) ସିଫୁଡ- ସି ଫୁଡ ସେବନ କରିବା ଦ୍ୱାରା ଆପଣଙ୍କର ରକ୍ତଚାପ କମ ରୁହେ ଏହା ଆରପଣଙ୍କ ସ୍କିନ ପାଇଁ ମଧ୍ୟ ଭଲ ରୁହେ ଏବଂ ରୋଗରୁ ଲଢିବା ପାଇଁ ସାହାର୍ଯ୍ୟ କରେ ।

(3) ସବୁଜ ପରିବା- ମିନେରାଲ ଏବଂ ଭିଟାମିନରେ ପରିପୂର୍ଣ୍ଣ ସବୁଜ ପରିବା । ଏଥିରେ ଆଇରନର ମାତ୍ରା ଅଧିକ ରହିଥାଏ । ବିଶେଷ କରି ପାଳଙ୍ଗ, ଭେଣ୍ଡି, ବ୍ରୋକୋଲି ଆଦି ।

(4) ରକ୍ତଚାପ କମ କରେ ଅଙ୍ଗୁରୁ – ଏହା ପୋଟାସିୟମ ଏବଂ ଫସଫରସରେ ଭରପୂର କିଡନୀରୁ ସୋଡିୟମ ମାତ୍ରା ଅଧିକ ହେଲେ ରକ୍ତଚାପ ହୁଏ ଏହା ତାହାକୁ ନିୟନ୍ତ୍ରଣ କରେ ।

(5) ବାଦାମ ପୋଷକ ତତ୍ତ୍ୱରେ ଭରପୂର ବାଦାମ ପ୍ରୋଟିନ, ଫାଇବର, ଭିଟାମିନ ଏବଂ ମାଗ୍ନେସିୟମରେ ଏହା ଭରପୂର ରହିଥାଏ । ନିଜର ପ୍ରତିଦିନ ରୋଟିନରେ ଏହାକୁ ସାମିଲ କରନ୍ତୁ ଏହା ଦ୍ୱାରା ରକ୍ତଚାପର ମାତ୍ରା କମ ହୋଇଥାଏ ।

(6) ଅଞ୍ଜର – ଅଞ୍ଜର ଶରୀର ପାଇଁ ଗୁରୁତପୂର୍ଣ୍ଣ ଏହା ପୋଟାସିୟମରେ ଭରପୂର ଏହା ଆପଣଙ୍କର ଛୋଟ ଛୋଟ ଭୋକକୁ କମ କରିବାରେ ସାହାର୍ଯ୍ୟ କରେ ।

(7) ଅଖରୋଟ ଏଥିରେ ପୋଷକ ତତ୍ତ୍ୱ ଭରପୂର ରହିଛି କ୍ୟାଲସିୟମ ବ୍ୟତୀତ ପ୍ରୋଟିନ ଏବଂ ମାଗ୍ନେସିୟମ ରହିଥାଏ । ଏହା ଦ୍ୱାରା ଆପଣଙ୍କର ରକ୍ତଚାପ ନିୟନ୍ତ୍ରଣ ହୁଏ ।


ସେୟାର କରନ୍ତୁ