କେଶ ଓ ତ୍ଵଚାର ଯତ୍ନ ପାଇଁ ପାନର ଭୂମିକା ଜାଣନ୍ତୁ କିପରି କରିବେ ଯତ୍ନ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଆପଣ ନିଜ କେଶର ଯତ୍ନ ନେବାପାଇଁ କେତେ କଣ ପ୍ରସାଧାନ ସାମଗ୍ରୀ ଆପଣେଇଥିବେ ୲ କେଶ ଝଡିବା ହେଉ କିମ୍ବା କେଶ ଜନିତ ଅନ୍ୟ କେଉଁ ସମସ୍ୟା ହେଉ ଏଥିପାଇଁ ଆପଣ ସବୁବେଳେ ଚିନ୍ତିତ ରହୁଥିବେ ୲ କେବେ ଥରେ ଘରୋଇ ଉପାୟରେ ଆପଣାନ୍ତୁ ଏହି ଛୋଟ ଉପାୟ ୲

ଦେଖିବେ ଖୁବ କମ ଦିନରେ କେଶ ଘନ ଓ ବହଳିଆ ହେବା ସହ ରୂପୀ ଜନିତ ସବୁ ସମସ୍ୟା ଦୂର ହେଇଯିବ ୲ କେଶକୁ ରେଶମୀ,ଚମକ ବୃଦ୍ଧି ,ଘନ କରିବା ପାଇଁ ଏବଂ ତ୍ୱଚାକୁ ସୁନ୍ଦର କରିବା ପାଇଁ ସଭିଏଁ ଇଚ୍ଛା କରିଥାଆନ୍ତି । ଏଥିପାଇଁ ବଜାରରେ ବିକ୍ରି ହେଉଥିବା ବହୁ ଦାମୀ କ୍ରିମ ଓ ଅନ୍ୟ ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରନ୍ତି ।

ଏହିସବୁ ଦ୍ରବ୍ୟରେ ବିଭିନ୍ନ ପ୍ରକାର କେମିକାଲ ଥିବାରୁ ଏହା ବହୁ ସମୟରେ ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି ପାନ ମଧ୍ୟ ଆମ ତ୍ୱଚା ଓ କେଶ ପାଇଁ ବେସ ଲାଭଦାୟକ ହୋଇଥାଏ । ତେବେ ଜାଣନ୍ତୁ ତ୍ୱଚା ଏବଂ କେସ ପାଇଁ କିପରି ବ୍ୟବହାର କରିବେ ପାନ….

  • ପାନ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି।ଯାହା ମୁହଁର ଦାଗ ଦୂର କରିଥାଏ । ଗୋଟିଏ କିମ୍ବା ଦୁଇଟି ପାନ ପତ୍ରକୁ ଭିଜାଇ କିଛି ସମୟ ରଖନ୍ତୁ । ଏହାପରେ ଏହାକୁ ପେଷି ଦିଅନ୍ତୁ । ଏହି ପେଷ୍ଟରେ ହଳଦୀ ମିଶାନ୍ତୁ । ଏହାକୁ ମୁହଁରେ ଲଗାନ୍ତୁ । ଦିନକୁ 2ଥର ଏହାକୁ ଲଗାଇଲେ ନିଜେ ଏହାର ଚମତ୍କାରିତା ଅନୁଭବ କରିବେ ।
  • ଗାଧୋଇବା ପୂର୍ବରୁ ପାନ ପତ୍ରରେ ପ୍ରସ୍ତୁତ ତେଲ ଲଗାନ୍ତୁ । ଏହାକୁ ଲଗାଇଲେ ଶରୀରର ଦୁର୍ଗନ୍ଧ ଦୂର ହୋଇଥାଏ ।
  • ବହୁ ସମୟରେ ଶୀତଦିନେ ଶରୀରରେ ଲାଲ ଦାଗ ଓ କୁଣ୍ଡାଇବା ସମସ୍ୟା ସୃଷ୍ଟି ହୋଇଥାଏ । ଏଭଳି ସମସ୍ୟା ଦୂର ପାଇଁ ୧୦ଟି ପାନ ପତ୍ରକୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ । ଏହାପରେ ଏହାକୁ କୁଣ୍ଡାଇ ଓ ଦାଗ ହେଉଥିବା ସ୍ଥାନରେ ଲଗାନ୍ତୁ ।
  • କେଶ ଝଡ଼ିବାକୁ ରୋକିବା ପାଇଁ –ପାନର ପତ୍ରକୁ ବ୍ୟବହାର କରି ଏହି ସମସ୍ୟାକୁ ଦୂର କରିହେବ। ଏଥିପାଇଁ ସର୍ବପ୍ରଥମେ ପାନ ପତ୍ରକୁ ପେଷି ଦିଅନ୍ତୁ । ଏହାପରେ ସେହି ପେଷ୍ଟରେ ରାଶି କିମ୍ବା ନଡ଼ିଆ ତେଲ ମିଶାଇ କେଶ ମୂଳରେ ଲଗାନ୍ତୁ । ଏକ ଘଣ୍ଟା ରଖିବା ପରେ ମୁଣ୍ଡ ସଫା କରି ଦିଅନ୍ତୁ ।

ସେୟାର କରନ୍ତୁ