କରଣଙ୍କ ଫିଲ୍ମରେ ଭିକି କୌଶଲ ଓ ଦୀପିକା ପାଦୁକୋନ୍

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ୍ କୁଇନ ଦୀପିକା ପାଦୁକୋନ୍ ଅଭିନେତା ଭିକି କୌଶଲଙ୍କ ସହ କାମ କରିବାକୁ ରାଜି ହୋଇଥିବାର ଜଣାପଡିଛି । ତେବେ ଏଦୁହେଁ ପ୍ରଥମ ଥରଲାଗି କରଣ ଜୋହରଙ୍କ ଏକ ସିନେମାରେ କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ପାଇଁ ଦୀପିକା ପାଦୁକୋନ୍ ସବୁଜ ସଙ୍କେତ ଦେଇଛନ୍ତି ।

ଏପର୍ଯ୍ୟନ୍ତ ଏହି ସିନେମାର ଶୀର୍ଷକ ସ୍ଥିର ହୋଇ ପାରିନାହିଁ । ତେବେ ଏହାର କଥାବସ୍ତୁଟି ପତି-ପତ୍ନୀ ସମ୍ପର୍କ ଉପରେ ଆଧାରିତ ବୋଲି ଜଣାପଡିଛି । ଆଉଜଣେ ନାୟିକା ମଧ୍ୟ ଏହି ଫିଲ୍ମରେ ନିଆଯିବ ବୋଲି ଜଣାଯାଇଛି । ତେବେ କାହାକୁ ନିଆଯିବାର ରହିଛି ସେଥିନେଇ କୌଣସି ସୂଚନା ମିଳିପାରି ନାହିଁ ।

ସୂଚନାଯୋଗ୍ୟ, ପୂର୍ବରୁ ଗୋଟିଏ ଫିଲ୍ମ ପାଇଁ ଦୀପିକା ପାଦୁକୋନ୍ ଭିକି କୌଶଲଙ୍କ ସହ କାମ କରିବାକୁ ରାଜି ହୋଇନଥିଲେ । ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ତାଙ୍କର ସୁପରହିଟ ସିନେମା ‘ପଦ୍ମାବତ୍’ରେ ଶାହିଦ କପୁରଙ୍କ ସ୍ଥାନରେ ଭିକି କୌଶଲଙ୍କୁ ନେବା ପାଇଁ ସ୍ଥିର କରିଥିଲେ, ହେଲେ ଦୀପିକା ଏକଥା ଜାଣିବାପରେ ଭିକି କୌଶଲଙ୍କ ସହ କାମ କରିବାକୁ ମନା କରିଥିଲେ ।


ସେୟାର କରନ୍ତୁ