ଗ୍ରାଣ୍ଡ ପ୍ରିମିୟର ସହ ‘ବିଗ୍ ବସ୍ 16’ ଆରମ୍ଭ, ଜାଣନ୍ତୁ କେଉଁ କେଉଁମାନେ ଏହି 16 ପ୍ରତିଯୋଗୀ

ସିନେମା
ସେୟାର କରନ୍ତୁ

ମୁମ୍ଵାଇ : ‘ବିଗ୍ ବସ୍ 16’ ଆରମ୍ଭ ହୋଇଯାଇଛି । ସଲମାନ ଖାନ ପୁଣି ଥରେ ବିଗ୍ ବସ୍ ସହିତ ଟିଭି ପରଦାକୁ ଆସିଛନ୍ତି । ଗତକାଲି ଅର୍ଥାତ୍ ଶନିବାର ପ୍ରିମିୟର ଧମାକାଦାର ଅନ୍ଦାଜରେ ହୋଇଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ‘ବିଗ୍ ବସ୍କୁ’ ଅପେକ୍ଷା କରି ରହିଥିଲେ ଦର୍ଶକ । ଗ୍ଲାମର ଦୁନିଆର ଅନେକ ସେଲିବ୍ରିଟି ସଲମାନ ଖାନଙ୍କ ଶୋ’ରେ ଅଂଶଗ୍ରହଣ କରିଛନ୍ତି । ଏହି ଶୋ’ରେ ପ୍ରାୟ 100 ଦିନ ପର୍ଯ୍ୟନ୍ତ ଦର୍ଶକଙ୍କୁ ପୁରା ମନୋରଞ୍ଜନ କରିବେ ପ୍ରତିଯୋଗୀ । ଏପର୍ଯ୍ୟନ୍ତ ନିର୍ମାତାମାନେ କିଛି ପ୍ରତିଯୋଗୀଙ୍କ ପ୍ରୋମୋ ରିଲିଜ୍ କରିଥିଲେ । ତେଣୁ ବାକି ନାମ ଗୁଡିକ ଶୋ’ର ଟେଲିକାଷ୍ଟ ସମୟରେ ପ୍ରକାଶ ପାଇଛି । ଟିଭିରେ ଦେଖାଯିବା ପୂର୍ବରୁ, ଆମେ ଆପଣଙ୍କୁ ଶୋ’ରେ ଅଂଶଗ୍ରହଣ କରିବାର ନିଶ୍ଚିତ ବିଷୟରେ କହିବୁ।

ସଲମାନଙ୍କ ଶୋ’ରେ ‘ଉତ୍ତରନ୍‌’ ଫେମ୍‌ ଟିନା ଦତ୍ତା ନଜର ଆସିବେ । ତାଙ୍କର ପ୍ରମୋ ରିଲିଜ୍ ହୋଇଛି । ଟିନା ଗତ କିଛି ବର୍ଷ ଧରି ‘ବିଗ୍ ବସ୍ରୁ’ ଅଫର୍ ଆସୁଥିଲା ଏବଂ ପ୍ରତ୍ୟେକ ଥର ଏହି ଶୋ’ରେ ଅଂଶଗ୍ରହଣ କରିବାର କଳ୍ପନାଜଳ୍ପନା ଚାଲିଥିଲା । ଶେଷରେ ସେ ‘ବିଗ୍ ବସ୍ 16’ରେ ନଜର ଆସିଛନ୍ତି ।

ସଲମାନଙ୍କ ଶୋ’ରେ ‘ଛୋଟି ସରଦାନୀ’ ଖ୍ୟାତି ନିମ୍ରିତ କୌର ଅହଲୁୱାଲିଆ ମଧ୍ୟ ନଜର ଆସିବେ । ପରବର୍ତ୍ତୀ ପ୍ରତିଯୋଗୀ ‘ଇମଲି’ର ଫେମ୍‌ ସୁମ୍ବୁଲ୍ ତୌଉକିର୍ । ତାଜିକିସ୍ତାନର ଗାୟକ ଅବଦୁ ରୋଜିକ୍ ଏହି ଶୋ’ର ପ୍ରଥମ କନଫର୍ମ ପ୍ରତିଯୋଗୀ । ମଙ୍ଗଳବାର ନିଜେ ସଲମାନ ତାଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ପରିଚିତ କରାଇଥିଲେ ।

ବିଗ୍ ବସ୍ 16 ରେ ଅଂଶଗ୍ରହଣ କରିଥିବା କନଫର୍ମ ପ୍ରତିଯୋଗୀଙ୍କ ତାଲିକା:

1- ଟିନା ଦତ୍ତା, 2-ଅବଦୁଲ୍ ରୋଜିକ୍, 3- ନିମ୍ରିତ୍ କୌର ଅହଲୁୱାଲିଆ, 4- ଗୌତମ ଭିଗ୍, 5-MC ଷ୍ଟାନ୍, 6- ଅଙ୍କିତ ଗୁପ୍ତା ।, 7- ସମ୍ବୁଲ ତୌକିର, 8- ମାନିଆ ସିଂ, 9- ସୌନ୍ଦର୍ଯ୍ୟ ଶର୍ମା, 10- ଶାଲିନ୍ ଭନୋତ୍‌, 11- ଶ୍ରୀଜିତା ଦେ, 12- ଶିବ ଠାକରେ, 13- ପ୍ରିୟଙ୍କା ଚହର ଚୌଧୁରୀ, 14- ସାଜିଦ୍ ଖାନ୍, 15- ଗୋରି ନାଗୋରୀ,16- ଅର୍ଚ୍ଚନା ଗୌତମ ।


ସେୟାର କରନ୍ତୁ