ମୋଟାପଣ ପାଇଁ ଚିନ୍ତିତ କି ଶୋଇବା ପୂର୍ବରୁ କରନ୍ତୁ ଏହି କାମ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ନିଜ ମୋଟାପଣ ପାଇଁ ସମସ୍ତେ ଚିନ୍ତିତ ଥାନ୍ତି ଆଉ କିଛି କାର୍ଯ୍ୟକରିବାକୁ ମଧ୍ୟ ଭଲ ପାନ୍ତିନାହିଁ ୲ ସବୁବେଳେ ଅଳସୁଆ ସ୍ଵଭାବର ହୋଇଥାନ୍ତି ୲ ଅତ୍ୟଧିକ ମୋଟାପଣ ପାଇଁ ଫୁର୍ତ୍ତି ମଧ୍ୟ ଲାଗେନାହିଁ ୲ ଲୋକେ କୁହନ୍ତି କି ଏହି ଦୁନିଆଁରେ ସବୁଠାରୁ କଷ୍ଟକର କାମ ହୋଇଥାଏ ନିଜ ଓଜନ କମାଇବା ।

ହଁ ଆଜ୍ଞା ମଣିଷ ନିଜ ଓଜନ କମାଇବାପାଇଁ ନାନାଦି ଅସୁବିଧାର ସାମ୍ନା କରିବାକୁ ପଡିଥାଏ , ଓ ଯାହାକୁ ନେଇ ବଢୁଥିବା ଓଜନ କୁ କମ୍ କରିବାକୁ ସେ ଚେଷ୍ଟା କରିଥାଏ, କିଛି ଲୋକ ମୋଟାପାରୁ ଚିନ୍ତିତ ହୋଇ ଦିନ ରାତି ପରିଶ୍ରମ କରିଥାନ୍ତି । ଓ ଏକ୍ସସରସାଇଜ୍ କରିଥାନ୍ତି । ଏହା ଛଡା ସବୁ ଦିନ କେତେ ଝାଳ ବୁହାଇଥାନ୍ତି । କିନ୍ତୁ ଏହା ପରେ ବି ତାଙ୍କ ହାତରେ କେବଳ ନିରାଶା ଲାଗିଥାଏ ।

ଏମିତି ନୁହେଁ କି ଚେଷ୍ଟାରେ କିଛି କମି ରହିଯାଏ । କିନ୍ତୁ ସମସ୍ୟା ଏହା କି ଲୋକ ବହୁତ ଜଲଦି ହାର୍ ମାନିନିଅନ୍ତି , କିଛି ଲୋକେ ଥାନ୍ତି ଯେଉଁମାନେ ଯେତେ ଏକ୍ସରସାଇଜ୍ କଲେ ବି ସେମାନେ ମସଲା ଜାତୀୟ ଖାଦ୍ୟ ଖାଇବା ଛାଡନ୍ତି ନାହିଁ  ୲ 

ଆପଣ ଏବେ ନିଜେ କୁହନ୍ତୁ ଯଦି ଆପଣ ମସଲା ଜାତୀୟ ଖାଦ୍ୟକୁ ଛାଡିବେ ନାହିଁ ତେବେ ଏହାର ପ୍ରଭାବ କିପରି ହେବ , ଏଥିପାଇଁ ଜରୁରୀ ଅଟେ ଆପଣଙ୍କ ଓଜନ ଯେବେ କମ୍ କରିବାକୁ ଚାହୁଁଛନ୍ତି ତେବେ ଜଙ୍କ୍ ଫୁଡ୍ ଖାଇବା ଛାଡିଦିଅନ୍ତୁ କାରଣ ବଢୁଥିବା ଓଜନର ଅସଲ ଜଡ ସେଥିରୁ ହିଁ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏକ ଉପାୟ କହୁଛୁ , ଯାହାପାଇଁ ଆପଣଙ୍କୁ କିଛି ବି ଝାଳ ବୁହାଇବାକୁ ପଡିବ ନାହିଁ ଓ ଦିନକୁ ଦିନ ଏହାର ପ୍ରଭାବ ଦେଖିବାକୁ ମିଳିବ , ଖାଲି ଆପଣଙ୍କୁ ଏହା କରିବାକୁ ହେବ କି ଏହା ଶୋଇବା ପୂର୍ବରୁ କରିବାକୁ ହେବ , କହିଦେବୁ କି ଏହା ଏକଦମ୍ ଘରୋଇ ଉପାୟ ଅଟେ , ଏହାର ପ୍ରଭାବ ବହୁତ କାମ କରେ ।

ଏହା ଦ୍ୱାରା ଆପଣଙ୍କ ଓଜନ ବହୁତ ଜଲଦି କମିଯିବ , ଏବେ ଆସନ୍ତୁ ଜଣାଇବୁ ବିସ୍ତାରରେ । ଏହି ଉପାୟ ପାଇଁ ଆପଣଙ୍କୁ ପଚିଶ ଗ୍ରାମର ଅଳସୀ, ପଚିଶ ଗ୍ରାମର ଜିରା ଓ ପଚିଶ ଗ୍ରାମର ଜୁଆଣି ଦରକାର ପଡିବ , ଏହା ଦ୍ୱାରା ଅଳସୀର ଚୁର୍ଣ୍ଣ ପ୍ରସ୍ତୁତ କରିବାକୁ ହେବ । ଯାହା ପେଟକୁ ଏକ ଦମ୍ ଫିଟ୍ କରିଦେବ , ଆସନ୍ତୁ ଜାଣିବା ଏହାକୁ ବନାଇବା କିପରି ଓ ଏହାର ବ୍ୟବହାର କିପରି କରିବ ।

ପ୍ରଥମେ ଅଳସୀକୁ ଟିକିଏ ଭାଜିଦିଅନ୍ତୁ , ଏହା ପରେ ଏହାକୁ ଥଣ୍ତା ହେବାକୁ ଦିଅନ୍ତୁ , ଏହାପରେ ଜୀରା ଓ ଜୁଆଣୀକୁ ମିଶାଇ ଦିଅନ୍ତୁ , ମନେ ରଖନ୍ତୁ କି ଆପଣଙ୍କୁ ଏହି ଦୁହେଁ ଙ୍କୁ ସେତିକି ମାତ୍ରାରେ ମିଲିବା ଦରକାର ଯେତେକି କୁହାଯାଇଛି, ଏହି ଦୁହେଁ ଜିନିଷକୁ ଅଳସୀରେ ମିଶାଇ ମିକ୍ସିରେ ମିକ୍ସ କରିଦିଅନ୍ତୁ , ଏହାପରେ ଅଳସୀର ଚୁର୍ଣ୍ଣ ପ୍ରସ୍ତୁତ ହୋଇଯିବ , ଏହି ଚୁର୍ଣ୍ଣକୁ ନଖ ଉଷୁମ ପାଣିରେ ଶୋଇବା ପୂର୍ବରୁ ସେବନ କରନ୍ତୁ , ଏହାର ସେବନରେ ଦଶ ଦିନ ମଧ୍ୟରେ ନୁହେଁ ବରଂ ଆଠ ଦିନରେ ଫରକ ଦେଖିବାକୁ ମିଳିବ , କିନ୍ତୁ ଏହା ସହ ଏହି କଥାର ଧ୍ୟାନ ରଖନ୍ତୁ କି ଏହି ସମୟରେ ତେଲ ଜାତୀୟ ଖାଦ୍ୟ ଓ ଜଙ୍କ୍ ଫୁଡ୍ ରୁ ଦୂରେଇ ରୁହନ୍ତୁ , ଓ ଏକ୍ସରସାଇଜ୍ କରିବା ଭୁଲନ୍ତୁ ନାହିଁ ।


ସେୟାର କରନ୍ତୁ