ଅଭିନେତ୍ରୀଙ୍କ ଅଶ୍ଲୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ, ଅଭିନେତ୍ରୀ ଦେଲେ ଚେତାବନୀ

Truthink ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସାଉଥ ଅଭିନେତ୍ରୀ ରମିୟା ପାଣ୍ଡିଆନଙ୍କ ଅଶ୍ଲୀଳ ଫଟୋ ଗୁଡ଼ିଏ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ଏହା ଚର୍ଚ୍ଚାରେ ଥିବା ବେଳେ ଏହି ଘଟଣାଟି ସାମ୍ନାକୁ ଆସିଅଛି । ସୋସିଆଲ ମିଡିଆରେ ବୁଲୁଥିବା ଏହି ଫଟୋ ଅଭିନେତ୍ରୀ ରମିୟା ପାଣ୍ଡିଆନଙ୍କ ପ୍ରକୃତ ଫଟୋ ନୁହେଁ ବୋଲି ମଧ୍ୟ କୁହାଯାଉଛି ।

ସୂଚନା ମୁତାବକ, ନିକଟରେ ରମିୟା ନିଜ ଇନଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ପୋଷ୍ଟ କରିଥିଲେ । ଅନ୍ୟ ଏକ ଆକାଉଣ୍ଟରୁ ଏହି ଫଟୋକୁ ଅଶ୍ଲୀଳ ଢ଼ଙ୍ଗରେ ଏଡିଟ୍‌ କରି ପୋଷ୍ଟ କରାଯାଇଥିବା ଜଣା ପଡ଼ିଛି । ରମିୟା ଏହି ଘଟଣାଟି ଜାଣିବା ପରେ ଏ ସମ୍ପର୍କରେ ନିଜ ପକ୍ଷରୁ କେତେ ଗୁଡ଼ିଏ ସ୍ପଷ୍ଟିକରଣ ଦେଇଛନ୍ତି ।

ତାଙ୍କ କହିବା ମୁତାବକ, ସୋସିଆଲ ମିଡିଆର ୟୁଜର୍ସଙ୍କ ମନରେ ତାଙ୍କ ପ୍ରତି ଭ୍ରମ ଧାରଣ ସୃଷ୍ଟି ହୋଇଛି । ତାଙ୍କୁ ବଦନାମ କରିବା ପାଇଁ ଏହା ଗୋଟିଏ ପ୍ରୟୋଜିତ ଷଡ଼ଯନ୍ତ୍ର । କେହି ତାଙ୍କର ଏକ ଫେକ ଆଇଡ଼ି କରି ସେଠି ତାଙ୍କର ଗଁଦି ଫଟୋ ଏବଂ ଆପତ୍ତି ଜନକ ଫଟୋକୁ ପୋଷ୍ଟ କରିଛନ୍ତି ।

ରମିୟା ନିଜର ଫ୍ୟାନ୍ସ ମାନଙ୍କୁ ଅପିଲ କରି କହିଛନ୍ତି ଯେ ଯଦି ତୁମେ ସୋସିଆଲ ମିଡିଆରେ କେଉଁଠି ତାଙ୍କ ନାମରେ ଫେକ ଆକାଉଣ୍ଟ ଦେଖିବ ତେବେ ତାଙ୍କୁ ତୁରନ୍ତ ଯୋଗାଯୋଗ କରିବ ।

ରମିୟା ଆହୁରି ମଧ୍ୟ କହିଛନ୍ତି ଯେ ଏଭଳିଆ କାମ ଯିଏ ବି କରିଛନ୍ତି ତାଙ୍କୁ ମୁଁ କେବେବି ଛାଡ଼ିବି ନାହିଁ । ଏଥିପାଇଁ ଦରକାର ପଡ଼ିଲେ ମଧ୍ୟ ଆଇନର ଆଶ୍ରୟ ନେବେ ବୋଲି ରମିୟା କହିବା ସହ ଏଭଳି ଚେତାବନୀ ଦେଇଛନ୍ତି ।

ରମିୟା ସାଉଥରେ କେତେ ଗୁଡିଏ ବଡ଼ ଫିଲ୍ମରେ ନଜର ଆସିଛନ୍ତି । ଡ଼ମୀ ତପଷୁ ଏବଂ ଜୋକର ରମିୟାଙ୍କର ମସୁର ଫିଲ୍ମ ଅଟେ ।


ସେୟାର କରନ୍ତୁ