ଇଣ୍ଡଷ୍ଟ୍ରିରେ ସାଲେରୀ ଗ୍ୟାପ୍କୁ ନେଇ କହିଲେ କରିନା,ମୋତେ ଅକ୍ଷୟ ଯେତିକି ପଇସା ଦିଅନ୍ତୁ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅଭିନେତ୍ରୀ କରିନା କପୁର ଖାନ ନିଜର ଫିଲ୍ମ ‘ଗୁଡ଼ ନ୍ୟୁଜ’କୁ ନେଇ ଏବେ ପୁରା ବିଜିରେ ଅଛନ୍ତି । ଏହି ଫିଲ୍ମରେ ସେ ଲମ୍ବା ସମୟ ପରେ ଅକ୍ଷୟଙ୍କ ସାଥିରେ ନଜର ଆସୁଛନ୍ତି । ତେବେ ଫିଲ୍ମର ପ୍ରମୋଶନରେ ସେ ନିଜ ଫିଲ୍ମର କଥା କହିବା ସାଥିରେ ସେ ବଲିଓଡ଼ର ଷ୍ଟାର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କର ସାଲେରୀ ଗ୍ୟାପ୍କୁ ନେଇ ମଧ୍ୟ କଥା କହିଲେ ।

କରିନାଙ୍କୁ ଯେବେ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କର ସାଲେରୀ ଗ୍ୟାପ ବିଷୟରେ ପଚରା ଯିବା ଉପରେ ସେ କହିଲେ କି,’ସମୟ ବଦଳୁଛି ମହିଳାମାନେ ମଧ୍ୟ ଫିଲ୍ମ ଇଣ୍ଡ୍ରଷ୍ଟିରେ ମହାତପୁର୍ଣ ପଦମାନଙ୍କରେ ପହଂଚୁଛନ୍ତି । ଯାହା ଉପରେ ସାଲେରୀ କଥା କହିବାତ ତେବେ ମୁଁ ସେତିକି ହିଁ ଫିସ ଚାହୁଁଛି ଯେତିକି ଅକ୍ଷୟ କୁମାରଙ୍କୁ ମିଳୁଛି ।’ କରିନାଙ୍କର ଏହି କଥା ଶୁଣି ସେଠାରେ ଥିବା ଲୋକମାନେ ହସିଥିଲେ ।

ଵର୍କଫ୍ରଣ୍ଟର କଥା କହିବାତ କରିନା ନିଜର ଫିଲ୍ମ ‘ଗୁଡ଼ ନ୍ୟୁଜ’କୁ ନେଇ କରି ଖୁବ ଉତ୍ସହାହିତ ଅଛନ୍ତି । ଏହି ଫିଲ୍ମରେ କରିନା କପୁର,ଅକ୍ଷୟ କୁମାର,ଦୀଲଜିତ ସିଂହ ଦୋଷାଝ ଏବଂ କିୟାରା ଆଡ଼ଭାନୀ ଭଳି ସିତାରେ ନଜାର ଆସୁଛନ୍ତି । ଏହି ଫିଲ୍ମକୁ ରାଜ ମେହେତା ଡାଇରେକସନ କରିଛନ୍ତି ।

ଏହି ଫିଲ୍ମ ଦୁଇଟି କପୂଲଙ୍କର କାହାଣୀ ଅଟେ । ଫିଲ୍ମରେ ସରୋଗେସୀ ମଧ୍ୟ ଗୋଟିଏ ମୁଦା ଅଟେ । ଏହା ଏକ ଏମିତି କନସେପ୍ଟ ଅଟେ ଯାହା ଉପରେ ଏହା ପୂର୍ବରୁ ବଲିଉଡ଼ରେ କେବେ ଫିଲ୍ମ ହୋଇନାହିଁ । ଏହି କମେଡି ଫିଲ୍ମ 27 ଡିସେମ୍ବରରେ ରିଲିଜ ହେବାକୁ ଯାଉଛି ।


ସେୟାର କରନ୍ତୁ