ଆସନ୍ତୁ ଜାଣିବା କାହିଁକି ଆଲିୟା ଭଟ୍ଟ ଏଥର ଦୀପାବଳି ପାଳନ କରିବେ ନାହିଁ

ସିନେମା
ସେୟାର କରନ୍ତୁ

ମୁମ୍ବାଇ :ବଲିଉଡ୍ କୁଇନ ଆଲିୟା ଭଟ୍ଟ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ସେ ଏମିତି ଜଣେ ଆକ୍ଟର ଯେ କି ଖୁବ୍ କମ୍ ସମୟ ମଧ୍ୟରେ ନିଜର ଦମଦାର ଆକ୍ଟିଙ୍ଗ ପ୍ରଦର୍ଶନ ବଳରେ ବଲିଉଡରେ ଖୁବ୍ ନାଁ କମାଇପାରିଛନ୍ତି । କେତେବେଳେ ତାଙ୍କ କାମ ପାଇଁ ତ କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ତାଙ୍କ ଚର୍ଚ୍ଚାରେ ରହିବାର କାରଣ ହୋଇଥାଏ । ଏବେ ସେ ଦୀପାବଳି ପାଇଁ ଚର୍ଚ୍ଚାରେ ଅଛନ୍ତି ।

ସୂଚନା ମୁତାବକ ଆଲିୟା ଭଟ୍ଟ ଏଥର ଦୀପାବଳି ପାଳନ କରିବେ ନାହିଁ । ଏହା ପଛରେ କାରଣ ହେଉଛି ତାଙ୍କ ୱାର୍କ କମିଟମେଣ୍ଟସ୍ । ବର୍ତ୍ତମାନ ବାପା ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡ଼କ 2’ର ଶୁଟିଂରେ ଆଲିୟା ବ୍ୟସ୍ତ ଅଛନ୍ତି । ଏଥିପାଇଁ ସେ କୌଣସି ପ୍ରକାର ବ୍ୟତିକ୍ରମ କରିବା ପାଇଁ ଚାହାନ୍ତିନାହିଁ ।

ଆଲିୟା ବର୍ତମାନ ସଡ଼କ 2’ର ଶୁଟିଂ ପାଇଁ ଉଟି ଯାଇଛନ୍ତି । ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ମଧ୍ୟ ଦେଖାଯାଇଥିଲା । ‘ସଡ଼କ 2’ରେ ତାଙ୍କ ଭଉଣୀ ପୂଜା ଭଟ୍ଟଙ୍କ ସମେତ ସଞ୍ଜୟ ଦତ୍ତ ଏବଂ ଆଦିତ୍ୟ ରାୟ କପୁର ମଧ୍ୟ ନଜର ଆସିବେ । 2020ମସିହା ଜୁଲାଇ 10ତାରିଖରେ ଏହି ଫିଲ୍ମଟି ରିଲିଜ ହେବାର ରହିଛି ।

ଆଲିୟାଙ୍କ ଫିଲ୍ମି କ୍ୟାରିୟର କଥା କହିବା ତ ତାଙ୍କ ଶେଷ ଫିଲ୍ମ ‘କଲଙ୍କ’ରେ ସେ ନଜର ଆସିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ସେମିତି କିଛି ଖାସ୍ କମାଲ କରି ପାରିନଥିଲା । ତାଙ୍କ ଅପକମିଙ୍ଗ ପ୍ରୋଜେକ୍ଟରେ ‘ସଡ଼କ 2’ ବ୍ୟତୀତ ରଣବୀର କପୁରଙ୍କ ସହ ‘ବ୍ରହ୍ମାସ୍ତ୍ର’ ମଧ୍ୟ ଚର୍ଚ୍ଚାରେ ରହିଛି ।

ଫିଲ୍ମ ବ୍ୟତୀତ ଆଲିୟା ଏବଂ ରଣବୀର କପୁରଙ୍କ ଆଫେୟାରର ଖବର ମଧ୍ୟ ଏବେ ଖୁବ୍ ଜୋରରେ ଚର୍ଚ୍ଚାରେ ରହିଛି ।ଏଇ ନିକଟରେ ରଣବୀର ଏବଂ ଆଲିୟାଙ୍କ ବାହାଗର ନିମନ୍ତ୍ରଣ କାର୍ଡ଼ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା । କିନ୍ତୁ ସେ ନିମନ୍ତ୍ରଣ କାର୍ଡ଼ ଫେକ୍ ଥିଲା ।


ସେୟାର କରନ୍ତୁ