ଦିବା-ରାତ୍ର ମ୍ୟାଚ ଖେଳିବାକୁ ବିରାଟଙ୍କ ସହମତ ସୌରଭ ଗାଙ୍ଗୁଲୀ

ଖେଳ
ସେୟାର କରନ୍ତୁ

କୋଲକାତା: ପୂର୍ବତନ କ୍ରୀକେଟିୟର ତଥା ଅଧିନାୟକ ସୌରଭ ଗାଙ୍ଗୁଲୀ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ହେବାପରେ ଭାରତୀୟ କ୍ରିକେଟ୍କୁ ଏକ ନୂଆ ଦିଶା ଦେବା ସପକ୍ଷରେ ଅଛନ୍ତି । ସୌରଭ ଗାଙ୍ଗୁଲୀ ଭାରତୀୟ ଅଧିନାୟକ ବିରାଟ କୋହିଲିଙ୍କ ସାଥିରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବା ସପକ୍ଷରେ ଆଲୋଚନା କରିଅଛନ୍ତି ।

ଗାଙ୍ଗୁଲୀ ଗୁରୁବାର ମୁମ୍ବାଇରେ ବିରାଟ କୋହଲିଙ୍କୁ ମୁମ୍ବାଇରେ ଭେଟିଥିଲେ । ନିକଟ ଭବିଷ୍ୟତରେ ଏହାର ଆୟୋଜନ ହୋଇପାରେ । ଭାରତୀୟ ଅଧିନାୟକ ବିରାଟ କୋହଲି ଦିବା-ରାତ୍ର ଟେଷ୍ଟ ମ୍ୟାଚ ଖେଳିବାକୁ ରାଜି ଅଛନ୍ତି ବୋଲି ସେ ଶୁକ୍ରବାର କହିଛନ୍ତି ।

ଇଡେନ ଗାର୍ଡେନରେ ପଶ୍ଚିମବଙ୍ଗ କ୍ରିକେଟ ସଂଘ ଦ୍ୱାରା ତାଙ୍କ ସମ୍ମାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗାଙ୍ଗୁଲୀ କହିଛନ୍ତି, ବିରାଟ କୋହଲି ଦିବାରାତ୍ର ଟେଷ୍ଟ ମ୍ୟାଚ ପାଇଁ ରାଜି ଅଛନ୍ତି । ଏମିତି ଶୁଣିବାକୁ ମିଳୁଛି ଯେ, ବିରାଟଙ୍କର ଦିବାରାତ୍ର ମ୍ୟାଚ ଖେଳିବାକୁ ସହମତ ନାହିଁ,ଏ ଖବର ସତ ନୁହେଁ ।

ଟିମ ଅଧିନାୟକ ଯଦି ଥରଟିଏ ରାଜି ହୋଇଯାଆନ୍ତି ତା’ହେଲେ ଖେଳ ଆଗକୁ ବଢ଼ିବ ସହ ଖେଳକୁ ମଧ୍ୟ ଆଗକୁ ବଢ଼ାଇବାର ଅଛି । ଗୋଲାପି ରଙ୍ଗର ବଲରେ ଟେଷ୍ଟ ମ୍ୟାଚ ଖେଳିବା ନେଇ ଗାଙ୍ଗୁଲୀ ମତପୋଷଣ କରିଛନ୍ତି । ଏହା ଦ୍ୱାରା ଅଧିକ ଦର୍ଶକ ଷ୍ଟାଡିୟମ ଭିତରକୁ ପହଞ୍ଚିବେ ।

ଗାଙ୍ଗୁଲି କହିଛନ୍ତି, ଆମେ ସମସ୍ତେ ଏବାବଦରେ ଚିନ୍ତା କରୁଅଛୁ । ଏଦିଗରେ କିଛି କରିବାକୁ ଉଦ୍ୟମ କରିବୁ । ମୁଁ ଦିବାରାତ୍ର ଟେଷ୍ଟ ମ୍ୟାଚର ସମର୍ଥକ କିନ୍ତୁ କେବେଠାରୁ ଏହା ହେବ ଜଣା ନାହିଁ । ମାତ୍ର ଏଥି ପାଇଁ ଆମେ ଉଦ୍ୟମ ଜାରି ରଖିବା ଉଚିତ ।


ସେୟାର କରନ୍ତୁ