ସୌରଭ ଗାଙ୍ଗୁଲି କରୋନା ପଜିଟିଭ, ଡାକ୍ତରଖାନାରେ ଭର୍ତ୍ତି

ଖେଳ ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ବିସିସିଆଇର ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି କରୋନା ପଜିଟିଭ ବୋଲି ଜଣାପଡିଛି । 49 ବର୍ଷୀୟ ସୌରଭ ଗାଙ୍ଗୁଲିଙ୍କୁ କୋଲକାତାର ଉଡଲାଣ୍ଡ (Woodlands Hospital) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଡାକ୍ତରମାନେ ତାଙ୍କୁ ନିରନ୍ତର ନଜର ରଖିଛନ୍ତି । ସୌରଭ ଗାଙ୍ଗୁଲି ଉଭୟ ଡୋଜ କରୋନା ଟିକା ନେଇ ସାରିଛନ୍ତି । ଏହା ସତ୍ୱେ ମଧ୍ୟ ତାଙ୍କର କରୋନା ରିପୋର୍ଟ ପଜିଟିଭ ହୋଇଛି ।

ସୋମବାର ରାତିରେ ତାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । କରୋନା ସଂକ୍ରମିତ ହେବା ପରେ ଗାଙ୍ଗୁଲିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗାଙ୍ଗୁଲି ଗୋଟିଏ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହା ପୂର୍ବରୁ ଜାନୁଆରୀ ମାସରେ ହୃଦଘାତ ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏହି ଖବର ଭାଇରାଲ ହେବା ମାତ୍ରେ ସୌରଭ ଗାଙ୍ଗୁଲିଙ୍କ ପ୍ରଶଂସକମାନେ ତାଙ୍କର ଭଲ ସ୍ୱାସ୍ଥ୍ୟ ପାଇଁ ଶୁଭ କାମନା କରୁଅଛନ୍ତି । ତାଙ୍କୁ ସୋସିଆଲ ମିଡିଆରେ ‘ଶୀଘ୍ର ଭଲ ହୁଅନ୍ତୁ’ ବୋଲି କୁହାଯାଉଛି ।


ସେୟାର କରନ୍ତୁ