ସୋନିଆ ଗାନ୍ଧୀ ପୁଣି ହେଲେ କରୋନା ପଜିଟିଭ, ସରକାରୀ ପ୍ରୋଟୋକଲ ଅନୁଯାୟୀ ରହିବେ ଅଲଗା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପୁଣି ଥରେ କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାପଡିଛି । ସରକାରୀ ପ୍ରୋଟୋକଲ ଅନୁଯାୟୀ ତାଙ୍କୁ କ୍ଵାରିଣ୍ଟିଂନରେ ରଖାଯିବ । କଂଗ୍ରେସ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି ।

ଜୟରାମ ରମେଶ ଟ୍ୱିଟରେ ଲେଖିଛନ୍ତି, ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ କୋଭିଡ -19 ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ସରକାର ଦେଇଥିବା ପ୍ରୋଟୋକଲ ପରେ ସେ ଅଲଗା ରହିବେ।

କହିବା କି, ତିନି ଦିନ ପୂର୍ବେ ସୋନିଆ ଗାନ୍ଧୀଙ୍କ ଝିଅ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡିଛି । ସେ ତାଙ୍କ ଅଫିସିଆଲ୍ ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ସୂଚନା ଦେଇଥିଲେ । ସେ ଲେଖିଛନ୍ତି ଯେ ସେ ପୁନର୍ବାର କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ଘରେ ପ୍ରୋଟୋକଲ ଅନୁସରଣ କରି ନିଜକୁ ଅଲଗା କରି ରଖିଛନ୍ତି ।


ସେୟାର କରନ୍ତୁ