ରଜନୀକାନ୍ତ ଓ କମଲ ହସନ ଦୀର୍ଘ ତିନି ଦଶନ୍ଧି ପରେ ପରଦା ଉପରେ ନଜର ଆସିବେ

ସିନେମା
ସେୟାର କରନ୍ତୁ

ଚେନ୍ନାଇ: ସାଉଥ୍‌ ଇଣ୍ଡ୍ରଷ୍ଟିର ସୁପର୍‌ଷ୍ଟାର୍‌ ରଜନୀକାନ୍ତ ଓ କମଲ ହସନ ପୂର୍ବରୁ ପ୍ରାୟ 16ଟି ସିନେମାରେ ଏକତ୍ର ନଜର ଆସିଥିଲେ । ଏ ଦୁଇ ଜଣ ସୁପର୍‌ଷ୍ଟାର୍‌ ଦୀର୍ଘ 35 ବର୍ଷ ପରେ ପୁଣି ଏକା ସାଙ୍ଗରେ ପରଦା ଉପରେ ନଜର ଆସିପାରନ୍ତି ବୋଲି ସୂଚନା ରହିଛି । ଏମାନେ ଦୁଇ ଜଣ କଳାକାର ହେବା ସହ ଏହି ଦୁଇ ଅଭିନେତାଙ୍କର ମଧ୍ୟ ଭଲ ବନ୍ଧୁତା ରହିଛି ।

ଶୁଣିବାକୁ ମିଳିିଛି ଯେ ରଜନୀକାନ୍ତ ଓ କମଲ ହସନ ଦୀର୍ଘ ବର୍ଷ ପରେ ପୁଣି ଗୋଟିଏ ପ୍ରକଳ୍ପରେ ଏକ ସଙ୍ଗରେ କାମ କରିପାରନ୍ତି । ବର୍ତମାନ ଚର୍ଚ୍ଚା ହେଉଛି ଏମିତି ଯେ ଫିଲ୍ମ ‘କୈଥି’ର ନିର୍ମାତା ଲୋକେଶ ଦୀର୍ଘ 3 ଦଶନ୍ଧି ପରେ ଏହି ଦୁଇ ସୁପର୍‌ଷ୍ଟାର୍‌ଙ୍କୁ ଏକା ସଙ୍ଗରେ ‌ଅଭିନୟ କରାଇବାକୁ ଚିନ୍ତା କରୁଅଛନ୍ତି ।

ରିପୋର୍ଟ ମୁତାବକ, ଚେନ୍ନାଇରେ ରଜନୀକାନ୍ତଙ୍କୁ ତାଙ୍କ ବାସଭବନରେ ଫିଲ୍ମ ନିର୍ମାତା ଲୋକେଶ ଯାଇ ଭେଟିଛନ୍ତି । ତେବେ ଏହି ପ୍ରକଳ୍ପକୁ ନେଇ କୌଣସି ପ୍ରକାର ଆନୁଷ୍ଠାନିକ ଘୋଷଣା ଏ ଯାଏ ହୋଇପାରି ନାହିଁ । ଯଦି ଏହି ପ୍ରକଳ୍ପଟି କାର୍ଯ୍ୟକାରୀ ହୁଏ ତେବେ 2020ରେ ଏହା ପରଦା ଉପରକୁ ଆସିବ ।


ସେୟାର କରନ୍ତୁ