ସ୍ୱାମୀ ସ୍ତ୍ରୀ ଉଭୟଙ୍କ ଭିତରେ କୋର୍ଟରେ 67ଟି ମାମଲା

ଅପରାଧ
ସେୟାର କରନ୍ତୁ

ବେଙ୍ଗାଲୁର: ବେଙ୍ଗାଲୁରର ଜଣେ ସପ୍ଟୱୟାର ଇଞ୍ଜିନିୟର ଓ ତାଙ୍କ ଏମବିଏମ ପତ୍ନୀ ଉଭୟଙ୍କ ବିରୋଧରେ ବିଭିନ୍ନ କୋର୍ଟରେ 67 ଟି ମାମଲା ରୁଜୁ କରିଛନ୍ତି। ପାରିବାରିକ ତିକ୍ତତାକୁ ନେଇ ଏ ସବୁ ମାମଲା ରୁଜୁ ହେଇଛି । ଶେଷରେ ଏହି ମାମଲାରେ ଦେଶର ସୁପ୍ରିମ୍‌ କୋର୍ଟ ହସ୍ତକ୍ଷେପ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ବିରକ୍ତ ପ୍ରକାଶ କରି ଉଭୟ ପତିପତ୍ନୀଙ୍କୁ କୌଣସି ସାନି ମାମଲା ରୁଜୁ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବାଙ୍ଗାଲୁରର ଜଣେ ସପ୍ଟେଓ୍ଵୟାର ଇଞ୍ଜିନିୟର 2002 ମସିହାରେ ଜଣେ ଏମବିଏ ମହିଳାଙ୍କୁ ବିବାହ କରିଥିଲେ। ଏହା ପରେ ଉଭୟ ଆମେରିକା ଚାଲିଯାଇଥିଲେ। । ସେଠାରେ 2009 ମସିହାରେ ସେମାନଙ୍କର ଏକ ପୁଅ ହୋଇଥିଲା। ତେବେ କିଛି ଦିନ ପରେ ସେମାନଙ୍କ ସମ୍ପର୍କ ଖରାପ ହେବାରୁ ମହିଳାଜଣକ ନିଜ ପୁଅକୁ ଧରି ବେଙ୍ଗାଲୁର ପଳାଇ ଆସିଥିଲେ।

ଏହା ପରେ ତାଙ୍କ ସ୍ୱାମୀ ମଧ୍ୟ ବେଙ୍ଗାଲୁରରେ ଆସି ପହଞ୍ଚିଥିଲେ ଏବଂ ମହିଳାଙ୍କ ନାମରେ 58 ଟି ମାମଲା ବିଭିନ୍ନ କୋର୍ଟରେ ରୁଜୁ କରିଛନ୍ତି। ମହିଳାଜଣକ ମଧ୍ୟ ତାଙ୍କ ସ୍ୱାମୀଙ୍କ ନାମରେ 9 ଟି ମାମଲା ରୁଜୁ କରିଛନ୍ତି।ଶେଷରେ ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ବିଚାର ପାଇଁ ପହଞ୍ଚିଥିଲା। ସୁପ୍ରିମ୍‌ କୋର୍ଟ ଦ୍ୱାରା ଗଠିତ ଏକ ଖଣ୍ଡପୀଠ ସ୍ୱାମୀସ୍ତ୍ରୀ ପରସ୍ପର ବିରୋଧରେ ଏତେ ମାମଲା ରୁଜୁ କରିଥିବା ଜାଣିବା ପରେ ଏହାର ସମାଧାନ ପାଇଁ ଚେଷ୍ଟା କରିଥିଲେ। ମାତ୍ର ଶେଷରେ ଏହି ସମସ୍ତ ମାମଲା ନିମ୍ନ ଅଦାଲତ ବିଚାର ହେବ ବୋଲି ସୁପ୍ରିମେ କୋର୍ଟ କହିଥିଲେ। ଏହା ସହିତ ସେମାନଙ୍କ ବିବାହ ବିଚ୍ଛେଦ ମାମଲା ଆସନ୍ତା 6 ମାସ ମଧ୍ୟରେ ପରିବାର ଅଦାଲତରେ ଶେଷ କରିବାକୁ ନିର୍ଦେଶ ଦେଇଥିଲେ।


ସେୟାର କରନ୍ତୁ