ବରିଷ୍ଠ ନାଗରିକ ପରିଷଦର 14 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବରିଷ୍ଠ ନାଗରିକ ପରିଷଦର 14 ତମ ବାର୍ଷିକ ଉତ୍ସବ ସୋମବାର ଦିନ ବରିଷ୍ଠ ନାଗରିକଙ୍କ ନିଜସ୍ୱ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରସ୍ପରିକ ବନ୍ଧୁମିଳନ ହେବା ସହ ଆଞ୍ଚଳିକ ଉର୍ଣ୍ଣୟନ କାର୍ଯ୍ୟକ୍ରମର ଅନୁଚିନ୍ତନ କରାଯାଇଥିଲା । ପରିଷଦର ସଭାପତି ଈଶ୍ୱର ଚନ୍ଦ୍ର ମହାପାତ୍ର , ସମ୍ପାଦକ ଭ୍ରମରବର ବିଶ୍ଵାଳ ଓ ସନାତନ ସାମଲଙ୍କ ଆୟୋଜନରେ ଏହି କାର୍ଯ୍ୟକ୍ରମ ହୋଇଥିଲା ।

ତେବେ ଏଥିରେ ମାନ୍ୟବର ଢେଙ୍କାନାଳ ଲୋକସଭା ସଂସଦୀୟ କ୍ଷେତ୍ରର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲା ବେଳେ ସମ୍ପାଦକ, ଶଙ୍କରାଚାର୍ଯ୍ୟ ପୁରୀର ମାତୃପ୍ରସାଦ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଭାରପ୍ରାପ୍ତ ଅଧିକାରୀ ପରଜଙ୍ଗ ଥାନା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପାତ୍ର, ମ୍ୟାନେଞ୍ଜର ୟୁକୋ ବ୍ୟାଙ୍କ ପରଜଙ୍ଗ ଶ୍ରୀଯୁକ୍ତ ସ୍ୱରାଜ ସାହୁ ଏବଂ 2 ନଂ ଜୁନର ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ ମହୋଦୟ ଯୋଗ ଦେଇଥିଲେ ।

ପରିଷଦର ସଂପାଦକ ଶ୍ରୀ ବିଶ୍ଵାଳ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଏହି ପାରମ୍ପାରିକ ଉତ୍ସବରେ ବନ୍ଧୁ ମିଳନ ହେବା ସହ ଆଞ୍ଚଳିକ ଉନ୍ନୟନ କାର୍ଯ୍ୟ ଉପରେ ପରିଷଦର ସଭାପତି ଶ୍ରୀ ମହାପାତ୍ର ନିଜର ବକ୍ତବ୍ୟ ରଖିଥିଲେ । ସେଇଭଳି ପରିଷଦ, ବ୍ଲକରେ କିଭଳି ମଜଭୁତ ହେବ ତତ୍ ସହିତ ବରିଷ୍ଠ ନାଗରିକ ସଦସ୍ୟମାନେ ପ୍ରତ୍ୟେକ କ୍ଷେତ୍ରରେ କିଭଳି ସମ୍ମାନ ପାଇପାରିବେ ସେ ଦିଗରେ ସମସ୍ତ ଅତିଥି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।

ତେବେ ଏହି ଅବସରରେ ପରିଷଦ ପକ୍ଷରୁ ଏ ଅଞ୍ଚଳର ଗର୍ବ ଏବଂ ଗୌରବ ଚଳିତ ବର୍ଷ ଓଏଏସ ପରୀକ୍ଷାରେ ସ୍ଥାନ ଅଧିକାର କରିଥିବା ସୁଶ୍ରୀ ଅଭିଲିପ୍ସା ସାହୁ (କନ୍ତୋର) ଓ ମୁନା ସେଠୀ (କଟାବାହାଳ)ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ପରିଷଦର ସଭାପତି ତଥା ରାଜ୍ୟପାଳ ପୁରସ୍କୃତ ଈଶ୍ୱର ଚନ୍ଦ୍ର ମହାପାତ୍ରଙ୍କ ଲେଖନୀ ଉପରେ ଆଧାରିତ ଶ୍ରୀମଦ୍ ଭାଗବତ ଗୀତା ପୁସ୍ତକ ଉନ୍ମୋଚିତ ହୋଇଥିଲା ।


ସେୟାର କରନ୍ତୁ