‘MCC ଚ୍ୟାଲେଞ୍ଜ ଟ୍ରଫି’: ମୁକ୍ତାପସିକୁ ହରାଇ ବାରିହାପୁର ଚମ୍ପିୟାନ

ଖେଳ
ସେୟାର କରନ୍ତୁ

ପରଜଙ୍ଗ : ଆଜି ଆୟୋଜକ ମୁକ୍ତାପସି ଟିମକୁ ହରାଇ ‘MCC ଚ୍ୟାଲେଞ୍ଜ ଟ୍ରଫି’କୁ ହାତେଇବାରେ ସଫଳ ହୋଇଛି ବାରିହାପୁର ଟିମ । ଏହି ଟୁର୍ଣ୍ଣାମେଣ୍ଟ ଗତ ଶୁକ୍ରବାର ଦିନ ଅରମ୍ଭ ହୋଇ ଆଜି ସୋମବାର ଏହାର ଫାଇନାଲ ମ୍ୟାଚ୍ ଶେଷ ହୋଇଛି । ତେବେ ଆଜିର ଏହି ଫାଇନାଲ ମ୍ୟାଚଟି ଦୁଇଟି ମ୍ୟାଚରେ ବିଭକ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରଥମ ମ୍ୟାଚଟି ନିର୍ଦ୍ଧାରିତ 10 ଓଭର ବିଶିଷ୍ଟ ଖେଳ ହୋଇଥିଲାବେଳେ ଦ୍ୱିତୀୟ ମ୍ୟାଚଟି ନିର୍ଦ୍ଧାରିତ 5 ଓଭରର ଖେଳ ହୋଇଥିଲା ।

ପ୍ରଥମ ମ୍ୟାଚରେ ମୁକ୍ତାପସି ଟିମ କ୍ୟାପଟେନ ଟଚ ଜିତି ପ୍ରଥମେ ଫିଲଡିଂ ର ନିଷ୍ପତି ନେଇଥିଲା ବେଳେ ବିପକ୍ଷ ବାରିହାପୁର ଟିମ ନିର୍ଦ୍ଧାରିତ 10 ଓଭରରେ 10 ୱେକେଟ ହରାଇ 76 ରନ ସଂଗ୍ରହ କରିଥିଲା । ଏହାର ଜବାବରେ ମୁକ୍ତାପସି ଟିମ ଏହାର ପିଛାକରି 10 ଓଭରରେ 7 ୱେକେଟ ହରାଇ 73 ରନ ସଂଗ୍ରହ କରିପାରିଥିଲା ।

ସେଇଭଳି ଏହାର ଦ୍ୱିତୀୟ ମ୍ୟାଚରେ ମୁକ୍ତାପସି ଟିମ ଟଚ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇ ନିର୍ଦ୍ଧାରିତ 5 ଓଭରରେ 4 ୱେକେଟ ହରାଇ 47 ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବାରିହାପୁର ଟିମ ମାତ୍ର 3 ଓଭରରେ 2ଟି ୱେକେଟ ହରାଇ 48 ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା ।

ସୂଚନା ମୁତାବକ, ଏଥିରେ ମୁଖ୍ୟ ଅତିଥି ଭାବରେ ପରଜଙ୍ଗ 2ନଂ ଜୁନର ଜିଲ୍ଲାପରିଷଦ ସଭ୍ୟ ନିରାକାର ପ୍ରଧାନ ଯୋଗ ଦେଇଥିବାବେଳେ ଏଥିରେ ସମ୍ମାନିତ ଅତିଥି ଭାବରେ ମୁକ୍ତାପସି ପଞ୍ଚାୟତର ସରପଞ୍ଚ ସସ୍ମିତା ସାହୁ ଏବଂ ମୁକ୍ତାପସି ପଞ୍ଚାୟତର ସମିତିସଭ୍ୟ ବାବୁଲା ବିଶ୍ୱାଳ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

ତେବେ ଏହି ମ୍ୟାଚରେ ବାରିହାପୁର ଟିମର ମନୋଜ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ ହୋଇଥିଲାବେଳେ ଏହି ଟୁର୍ଣ୍ଣାମେଣ୍ଟର ପୁରା ଶୃଙ୍ଖଳାରେ ଭଲ ଖେଳି ମୁକ୍ତାପସି ଟିମର କାହ୍ନା ମ୍ୟାନ ଅଫ ଦ ସିରିଜ ଘୋଷିତ ହୋଇଥିଲେ ।

ସୂଚନା ଥାଉକି, ଖେଳ ପରିଚାଳନା ଦାୟିତ୍ୱ ସୁଜିତ କୁମାର ସାହୁ ଏବଂ ନାନକ କୁମାର ସାହୁ ସମ୍ଭାଳି ଥିଲେ । ବେଷ୍ଟ ଭଲାଣ୍ଟିୟର ଭାବରେ ହିତେଶ କୁମାର ରହିଥିଲେ ।


ସେୟାର କରନ୍ତୁ