ରାସ୍ତା ପାର ହେଉଥିଲା ବେଳେ ଟ୍ରଲର ଧକାରେ 7 ଗାଈ ମୃତ ଏବଂ ଗୋଟିଏ ଗାଈ ଗୁରୁତର

ରାଜ୍ୟ
ସେୟାର କରନ୍ତୁ

ଖଲ୍ଲିକୋଟ : ଚମଖଣ୍ଡି ଥାନା ଟିଟାନିୟମ ଛକ ନିକଟ ଜାତୀୟ ରାଜପଥରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ରାସ୍ତା ପାର ହେବା ସମୟରେ ଗାଈମାନଙ୍କୁ ଧକ୍କା ଦେଇଛି ଟ୍ରଲର । ଯାହା ଫଳରେ 7ଟି ଗାଈଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋଟାଏ ଗାଈ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡି ରହିଛି । ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟଇଥିବା ଗାଡିକୁ ଭଙ୍ଗାରୁଜା କରିଥିଲେ । ରାସ୍ତାର ଦୁଇ ପାର୍ଶ୍ୱରେ ସହ ସହ ଗାଡି ଅଟକି ରହିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

ତେବେ ଘଟଣାର ଖବର ପାଇ ଚମାଖଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି । ଉତ୍ତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବି କରିଛନ୍ତି । ପୁଲିସ ଗାଡି ଚାଳକକୁ ଅଟକ ରଖିଛି ।


ସେୟାର କରନ୍ତୁ