ବିଷ ଖାଇ ଜୀବନ ହାରିଲେ ଆପାର୍ଟମେଣ୍ଟ କେୟାର ଟେକର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ବିଷ ଖାଇ ଆତ୍ମହତ୍ୟା କରିଛନ୍ତି ଜଣେ ଆପାର୍ଟମେଣ୍ଟ କେୟାର ଟେକର । ଆତ୍ମହତ୍ୟା ପୁଣି ମନ୍ଦିର ବେଢ଼ାରେ । ଏଭଳି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଅଚଂଳରେ । ଖବର ପାଇ ସ୍ଥାନୀୟ ପୁଲିସ କାନନବିହାର କପିଳେଶ୍ୱର ମନ୍ଦିରରେ ପହଚିଂ ମୃତ ଶରୀରକୁ ଉଦ୍ଧାର କରି ଜବତ କରିଛି । ଶବ ବ୍ୟବଚ୍ଛେଦ ପାଇଁ ପୁଲିସ ଶବକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ତେବେ ମୃତ ବ୍ୟକ୍ତି ଜଣଙ୍କ ହେଲେ ଭଦ୍ରକ ଅଗରପଡ଼ା ଅଚଂଳର ଦିଲ୍ଲୀପ କୁମାର ପରିଚ୍ଛା । ପୁଲିସ ଉକ୍ତ ଘଟଣାରେ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ପୁଲିସ ସୂଚନା ଅନୁଯାୟୀ, ଦିଲ୍ଲୀପ ଅଚଂଳରେ ଥିବା ରିଗାଲ୍ଡ ଡୋର ଆପାର୍ଟମେଣ୍ଟରେ କେୟାର ଟେକର ଭାବେ କାମ କରୁଥିଲେ । ସେ ବିବାହ କରିଥିବା ବେଳେ ପରିବାର କଳହକୁ ନେଇ ଏଭଳି ପଦକ୍ଷପ ନେଇଥାଇ ପରେ ବୋଲି ପୁଲସ ଅନୁମାନ କରୁଛି । ଆଜି ସକାଳେ ମନ୍ଦିର ବେଢ଼ାରେ ସେ ଶୋଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଠାଇଥିଲେ । ହେଲେ ସେ ଉଠିନଥିଲେ । ପୁଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପହଚିଂ ଦିଲ୍ଲୀପ ମରିପଡିଥିବା ଜାଣିବାକୁ ପାଇଥିଲା । ତା’ ପାଟିରୁ ଳାଳ ବାହାରୁଥିବା ଦେଖିବାକୁ ମିଳିଥିଲା । ଏହାଛଡ଼ା ମୃତଦେହ ପାଖରୁ ଏକ ସୁଇସାଇଡ ନୋଟ ଜବତ କରିଛି ପୁଲିସ । ତେଣୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଅନ୍ୟପକ୍ଷରେ ଦିଲ୍ଲୀପ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ସହଜରେ ଏ କଥାକୁ ଗ୍ରହଣ କରି ପାରିନାହାନ୍ତି । ସେମାନେ ହତ୍ୟା ଅଭିଯୋଗ ଆଣିଛନ୍ତି । କେହି ତାଙ୍କୁ ମାରି ସେଠାରେ ପକାଇ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଘଟଣା ବିଷୟରେ ଥାନା ଅଧିକାରୀ କହିଛନ୍ତି, ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ ହୋଇଥିବାରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି । ଖାଲି ଏତିକି ନୁହେଁ ଦିଲ୍ଲୀପର ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ସେ ସୁଇସାଇଡ଼ ନୋଟରେ ଲେଖିଥିବା ଥାନା ଅଧିକାରୀ ଜଣାଇଛନ୍ତି ।


ସେୟାର କରନ୍ତୁ