ହାଇୱ। ଧକାରେ 20ରୁ ଉର୍ଦ୍ଧ ଛେଳି ମୃତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ରବିବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା 53 ନଂ ଜାତୀୟ ରାଜପଥ ସିଆରିମାଳିଆ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତା କଡରେ ଏକ ଛେଳି ପେଂଝା ଚରି ଚରି ଘରକୁ ଫେରୁଥିଲା ବେଳେ କାମାକ୍ଷାନଗର ପଟରୁ ଆସୁଥିବା ଏକ ହାଇୱ। ଟ୍ରକ ଭାରଶ୍ୟାମ ହରାଇ ଧକ୍କା ଦେଇଥିଲା । ଯାହା ଫଳରେ 20ରୁ ଅଧିକ ଛେଳିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟଇଥିବା ଗାଡିକୁ ଅଟକ ରଖିଥିବା ସହ କ୍ଷତି ପୂରଣ ଦାବି କରି ରାଜପଥକୁ ଅବରୋଧ କରିଥିଲେ । ଯାହା ଦ୍ୱାରା ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିବା ଯୋଗୁଁ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ତେବେ ଘଟଣାର ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।


ସେୟାର କରନ୍ତୁ