ରସିକିଆ ଚୋର, ମହିଳାଙ୍କ ଅଙ୍ଗବସ୍ତ୍ର ଚୋରି କରିବା ପାଇଁ ଲୁଟିଥିଲା କୋଟିଏ ଟଙ୍କାର ଦାମି ସାମଗ୍ରୀ, ଜାଣନ୍ତୁ କେମିତି ଥିଲା ତା’ର ଅପରେସନ…

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ସୁନାରୁପା ହେଉ ବା ମୋବାଇଲ ଫୋନ ଏସବୁ ଜିନିଷ ଚୋରି କରିବା ପାଇଁ ଜଣେ ଚୋର ବିଭିନ୍ନ ତରିକା ଆପଣାଇ ଚୋରି କରିଥାଆନ୍ତି । ହେଲେ ରାଜଧାନୀରେ ଏମିତି ଏକ ଚୋରକୁ କମିଶନରେଟ ପୁଲିସ ଧରିଛି ଯାହା କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବ । ବିଶେଷ କରି ମହିଳାଙ୍କ ଅଙ୍ଗବସ୍ତ୍ର ଚୋରି କରିବା ଲକ୍ଷ ରଖି ଅଭିଯୁକ୍ତ ଜଣଙ୍କ ଲୁଟିଥିଲେ କୋଟିଏ ଟଙ୍କାର ଦାମି ସାମଗ୍ରୀ । ଖାଲି ଏତିକି ନୁହେଁ ଚୋରି କରିଥିବା ଜିନିଷଗୁଡିକୁ ତାଙ୍କ ଗାର୍ଲଫ୍ରେଣ୍ଡକୁ ଗିଫ୍ଟ କରୁଥିବା ପୁଲିସ କହିଛି । ଏସବୁ ଜାଣିଲା ପରେ ସହରବାସୀ ଅଭିଯୁକ୍ତ ଜଣଙ୍କ ରସିକିଆ ଚୋର କହି ଟୁପୁରୁଟାପୁରୁ ହେଉଥିବା ଜଣାପଡିଛି ।
ଗିରଫ ଚୋର ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ଅଟ୍ରି ତଳସାହିର ସଞ୍ଜୟ କୁମାର ନିଶାଙ୍କ । ସେ ଲକ୍ଷ୍ମୀସାଗର ଥାନା ଶାରଳା ନଗର ପ୍ଲଟ ନମ୍ବର-୧୦୨ରେ ରହୁଥିଲା । ତା’ଠାରୁ ପୁଲିସ ସୁନାଗହଣା ସମେତ କୋଟିଏ ଟଙ୍କାର ଜିନିଷ ଜବତ କରିଛି । ତା’ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ୫ଟି ଓ ଇନଫୋସିଟି ଥାନାରେ ୮ଟି ଲୁଟପାଟ ଭଳି ମାମଲା ରହିଛି । ଶୈଳେଶ୍ରୀ ବିହାର ଜିଏ-୨୪୪ରେ ରହୁଥିବା ସ୍ୱପ୍ନାଜିତ ମୁଖାର୍ଜୀଙ୍କ ଘରେ ପଶି ସଞ୍ଜୟ କଳାକନା ବୁଲାଇବା ସହ ସୁନାଗହଣା ଓ ଅନ୍ୟାନ୍ୟ ଆସବାବପତ୍ର ଲୁଟି ନେଇ ପଳାଇଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଲୁଟେରାକୁ ଗିରଫ କରିଥିଲା ।
ସବୁଠାରୁ ବଡ଼ କଥା ହେଉଛି ଲୁଟେରା ଜଣଙ୍କ ହେଲେ ଜଣେ ବିବିଏ ଛାତ୍ର । ସେ ଗତ ୨ ବର୍ଷ ହେବ କମିଶନରେଟ ପୁଲିସର ଚନ୍ଦ୍ରଶେଖରପୁର ଥାନା ଓ ଇନଫୋସିଟି ଥାନା ଅଚଂଳରୁ ବିଭିନ୍ନ ଘର, ଆପାର୍ଟମେଣ୍ଟ, ଲେଡ଼ିଜ ହଷ୍ଟେଲରେ ପସି ତାଲା ଭାଙ୍ଗି ଟଙ୍କା, ସୁନା, ରୁପା, ମୋବାଇଲ, କପଡ଼ା, ଘଣ୍ଟା, ଲାପଟପ ଭଳି ଜିନିଷ ଚୋରି କରୁଥିଲେ । ଏସବୁ ଚୋରି ସାମଗ୍ରୀ ସେ ଚୋରି କରି ତା’ର ପ୍ରେମିକାକୁ ଉପହାର ଦେବା ସହ ଚୋରା ଟଙ୍କା ଓ ଚୋରା ଜିନିଷରେ ମସ୍ତି କରିଆସୁଥିଲା । ଚୋରକୁ ଧରିବା ପାଇଁ ପୁଲିସ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ସିସିଟିଭି ଫୁଟେଜ ଯାଚଂ କରି ପୁଲିସ ଚୋରର ଲୁଟ କରିବା ତରିକା ବିଷୟରେ ଜାଣିବାକୁ ପାଇଥିଲା । ମୁଖ୍ୟତଃ ଚୋରି କଲା ବେଳେ ଲୁଟେରା ଜଣଙ୍କ ହେଲମେଟ ବ୍ୟବହାର କରି ଚୋରି କରୁଥିବା ତଦନ୍ତ ବେଳେ ଜଣାପଡିଛି ।

ସେୟାର କରନ୍ତୁ