ବାସୁଦେବପୁରରେ ସେକ୍ସ ରାକେଟକୁ ନେଇ ଦୁଇଜଣ ଗିରଫ

ଅପରାଧ
ସେୟାର କରନ୍ତୁ

ଭଦ୍ରକ : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବେତଡା ବଜାରରେ ପୁଲିସ ଚଢ଼ଉକରି ଏକ ସେକ୍ସ ରାକେଟ ଠାବ କରିଅଛି । ଏଥିରେ ପୁଲିସ ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଦୁଇଜଣ ଗ୍ରାହକଙ୍କୁ ଗିରଫ କରିଥିବାର ଜଣାଯାଇଛି ।

ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ବେତଡା ବଜାରରେ ଏକ ଭଡ଼ା ଘରେ ପୁଲିସ ଗତକାଲି ବିଳମ୍ବିତ ରାତିରେ ସେକ୍ସ ରାକେଟ ଠାବ କରିଥିଲା । ଏଠାରେ ବେଶ କିଛି ଦିନହେବ ଦେହ ବ୍ୟବସାୟ ଚାଲୁଥିବାର ଅଭିଯୋଗ ମଧ୍ୟ ହୋଇ ଆସୁଥିଲା । ଗତକାଲି ପୁଲିସ ସେହି ଘର ଉପରେ ଅତର୍କିତ ଚଢାଉ କରିଥିଲା ।

ଏହି ଘଟଣା ସହ ସଂପୃକ୍ତ ଥିବା ଜଣେ ଯୁବତୀ ଓ ଦୁଇଜଣ ଗ୍ରାହକଙ୍କୁ ପୁଲିସ ଗିରଫ କରିଥିବାର ସୂଚନା ମିଳିଛି । କିନ୍ତୁ ସୁଯୋଗବଶତଃ ଆଉ କିଛି ଯୁବକ ଏଠାରୁ ଖସି ଚାଲି ଯାଇଥିବା କୁହାଯାଉଛି । ଏହାଛଡ଼ା ପୁଲିସ ଗିରଫ କରିଥିବା ଏହି 3ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

କିନ୍ତୁ ଏଠାକୁ କେଉଁଠାରୁ ଯୁବତୀମାନେ ଆସୁଥିଲେ ଏହାର ଠିକଣା ଜଣାପଡିନାହିଁ କି କିଏ ଏହି ସେକ୍ସ ରାକେଟର ମୁଖ୍ୟ କାର୍ପଟଦାର ସେ ବିଷୟରେ ପୁଲିସ କିଛି ସୂଚନା ଦେଇ ନଥିବା କୁହାଯାଉଛି । ଏହି ଘଟଣା ବାସୁଦେବପୁର ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।


ସେୟାର କରନ୍ତୁ