ସେକ୍ସ ରାକେଟ ଘଟଣା: ଦେଶ ଛାଡିଲେ ୮ ଥାଇଲାଣ୍ଡ ଯୁବତୀ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜୀନଗର ଥିବା ଏକ ସ୍ପା ସେଣ୍ଟରରୁ ଧରାପଡିଥିବା ୮ ଥାଇଲାଣ୍ଡ ଯୁବତୀଙ୍କୁ କମିଶନରେଟ ପୁଲିସ କଳା ତାଲିକାଭୁକ୍ତ କରିଛି । ଗତ ଶୁକ୍ରବାର ଦିନ କମିଶନରେଟ ପୁଲିସ ୧୨ ଘଣ୍ଟା ମହଲତ ଦେଇଥିଲା । ଏହି ସମୟ ମଧ୍ୟରେ ଦେଶ ଛାଡି ଚାଲିଯିବାକୁ ନୋଟିସରେ ଉଲ୍ଲେଖ କରାଯିବା ପରେ ଥାଇଲାଣ୍ଡ ଯୁବତୀମାନେ ଗତକାଲି ନିଜ ଦେଶକୁ ଚାଲିଯାଇଛନ୍ତି ।

ଗତ ୧୯ ତାରିଖ ରାତିରେ କ୍ୟାପିଟାଲ ଥାନା ପୁଲିସ ଚଢ଼ଉ କରି ୮ଥାଇଲାଣ୍ଡ ଯୁବତୀଙ୍କ ସମେତ ୬ ଜଣ ଗ୍ରାହକଙ୍କୁ ଗିରଫ କରିଥିଲା । କମିଶନରେଟ ପୁଲିସ ଥାଇଲାଣ୍ଡ ଦୂତାବାସକୁ ଏନେଇ ଅବଗତ କରିବା ପରେ ସେମାନଙ୍କୁ ଦେଶ ଛାଡିବାକୁ ପୁଲିସ କମିଶନର କଡା ନିର୍ଦ୍ଦେଶ ଦେଇଥିଲେ ।


ସେୟାର କରନ୍ତୁ