ପିଅନ୍ତୁ ମହୁ,ଲେମ୍ବୁ ସହ ଗରମ ପାଣି ମିଳିବ ଏହି ସବୁ ଫାଇଦା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଉଷୁମ୍‌ ପାଣି ସହ ମହୁ ମିଶାଇ ପିଇଲେ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

ଏହା ଖାଦ୍ୟକୁ ହଜମ କରିବାରେ ସହାୟକ ହୋଇଥାଏ। କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର କରିଥାଏ ଉଷୁମ ପାଣି।

ଲେମ୍ବୁ ରସ ଓ ଉଷୁମ ପାଣି ପିଇବା ଫଳରେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଲେମ୍ବୁ ରସରେ ରୋଗପ୍ରତିରୋଧକ ଶକ୍ତି ବଢ଼ିବାର କ୍ଷମତା ଥାଏ।

ଲେମ୍ବୁରସ ଓ ଉଷୁମ ପାଣି ଶରୀରରେ ଶକ୍ତି ବୃଦ୍ଧି କରିଥାଏ। ଉଷୁମ୍‌ ପାଣି ଶରୀରକୁ ଜଳୀୟ ଅଂଶ ଯୋଗାଉଥିବା ବେଳେ ଲେମ୍ବୁରସ ଆଣ୍ଟିଅକ୍ସିଡାଣ୍ଟ ଭଳି କାର୍ଯ୍ୟ କରିଥାଏ।

ପ୍ରତିଦିନ ଉଷୁମ ପାଣି ଲେମ୍ବୁ ରସ ପିଇଲେ ଏହା ଆପଣଙ୍କ କିଡ୍‌ନୀକୁ ସୁସ୍ଥ ରଖିଥାଏ।

ଭିଟାମିନ୍‌ ସିରେ ଭରପୂର ଥିବା ଲେମ୍ବୁ ତ୍ୱଚା ଲାଗି ବେଶ୍‌ ଭଲ। ଭିଟାମିନ୍‌ ସି ତ୍ୱଚାରେ କୁଞ୍ଚନ ଦୂର କରିବା ସହ କେଶ ବୃଦ୍ଧି କରିବାରେ ସହାୟକ ହୋଇଥାଏ।


ସେୟାର କରନ୍ତୁ