ରବିବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: ବନ୍ଧୁ ମିଳନରେ ଉପକୃତ ହୋଇପାରନ୍ତି। ବିଳାସ-ବ୍ୟସନ କରିପାରନ୍ତି। ବ୍ୟବହାରରେ ମାନବିକତାର ଅଭ୍ୟୁଦୟ ଘଟିବ। ସ୍ଥିତି ଅନୁକୂଳ ରହିବ। ଅବିବାହିତ ମାନଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ। ସ୍ବର୍ଣ୍ଣାଦି ଲାଭ ହେବ।

ବୃଷ: ଆତ୍ମ ବଡ଼ିମା ଦେଖାଇ ପାରନ୍ତି। ଶୁଭ ଖବର ପାଇ ଆନନ୍ଦିତ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶତ୍ରୁପ୍ରତି ପ୍ରତିଶୋଧ ପରାୟଣ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ପତ୍ନୀ ପରାମର୍ଶଦାତା ହେବେ।

ମିଥୁନ: କାର୍ୟ୍ୟ ବିଳମ୍ବିତ ହେଲେ ବି, ଅବଶେଷରେ କୃତକାର୍ୟ୍ୟ ହେବେ। ଚଞ୍ଚଳ ପ୍ରକୃତିର କନ୍ୟା ଲାଭର ସୂଚନା ମିଳୁଛି। ଶାସ୍ତ୍ରା ଭ୍ୟାସୀ ହେବେ। ବିନୀତ ସ୍ବଭାବର ହୋଇପାରନ୍ତି। ପରାମର୍ଶଦାତା ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ।

କର୍କଟ: ନିଜକୁ କଳହଠାରୁ ଦୂରେଇ ରଖିବେ। କର୍ମ କୁଶଳତା ପ୍ରକାଶ ପାଇବ। ଜଣେ ସେବକ ଭାବେ ନିଜର ପରିଚୟ ସୃଷ୍ଟି କରିବେ। କୃଷିକ୍ଷେତରୁ ଲାଭବାନ୍‌ ହେବେ। ଯାନବାହାନ ସୁଖ ମିଳିପାରେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ। ସୁଖୀ ହେବେ।

ସିଂହ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଦୀର୍ଘ ଦିନର ଆଶା ପୂରଣ ହେବ। କାର୍ୟ୍ୟରେ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହୋଇପାରନ୍ତି। ଆନନ୍ଦ ଉପଭୋଗ କରିପାରନ୍ତି। ସକଳ ଗୁଣଯୁକ୍ତ ହୋଇପାରନ୍ତି। ସୁଖୀ ହେବେ। କୃଷିରୁ ଲାଭ ହେବ।

କନ୍ୟା: ଆନନ୍ଦ ପରାୟଣ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଭାଗ୍ୟବାନ୍‍ ହେବେ। ମନ ଚଞ୍ଚଳ ରହିବ। ତ୍ୟାଗଶୀଳ ହେବେ। ନୀତିଜ୍ଞ ହୋଇପାରନ୍ତି। ଅତି ସୁଖୀ ହେବେ। କୀର୍ତ୍ତିମାନ ହୋଇପାରନ୍ତି। ସୁଖ, ଧନ, ପୁତ୍ର ଓ ମିତ୍ର ଯୁକ୍ତ ହେବେ।

ତୁଳା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆୟ ଆଶାନୁରୂପ ହୋଇପାରେ। ସରକାରୀ ବନ୍ଧୁ ସହାୟତାରେ ଲାଭବାନ୍‍ ହେବେ। ସୁସ୍ଥ ରହିବେ। ସୁଚିନ୍ତନ ଦ୍ୱାରା ପ୍ରସ୍ତୁତ ଯୋଜନାର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ମିଷ୍ଟାନ୍ନ ମିଳିବ।

ବିଛା: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ପଥରୋଧକୁ ଏଡ଼ାଇ ଆଗକୁ ବଢ଼ି ପାରନ୍ତି। କଅଁଳ କଥା କହି ପରକୁ ଆପଣାର କରିପାରନ୍ତି। ଜିତେନ୍ଦ୍ରିୟ ହେବେ। ପରାକ୍ରମୀ ହୋଇପାରନ୍ତି। ବିଖ୍ୟାତ କୀର୍ତ୍ତି ସ୍ଥାପନ କରିବାରେ ସଫଳ ହେବେ।

ଧନୁ: ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୁଯୋଗ ଅଛି। କର୍ମକ୍ଷେତ୍ରରେ ସଫଳତା ମିଳିବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ବ୍ୟବସାୟ ଲାଭଜନକ ହେବ। ସରକାରଙ୍କ କୃପାପାତ୍ର ହେବେ। କରିତ୍‍କର୍ମା ହେବେ। ରାଜଧନ ପାଇବେ। ସର୍ବାଙ୍ଗୀନ ଉନ୍ନତି ହେବ।

ମକର: ପରିଶ୍ରମର ମୂଲ୍ୟ ମିଳିବ। ଧର୍ମ କାର୍ୟ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟରେ ଉଚିତ୍‍ ଲାଭ ପାଇବେ। ଦୃଢ଼ ସଂକଳ୍ପ ନେଇ କାର୍ୟ୍ୟ କରିପାରନ୍ତି। ବିଭିନ୍ନ ସ୍ତରରୁ ସୁପରାମର୍ଶ ମିଳିବ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ସରକାରୀ ଅର୍ଥ ମିଳିବ।

କୁମ୍ଭ: ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ଅଧିକ ଦାୟିତ୍ୱ ବହନ କରି ତା’ର ସୁପରିଚାଳନା କରିବେ। ଉପୁଜିଥିବା ସମସ୍ୟାର ସୁସମାଧାନ କରିପାରନ୍ତି। ଧନବାନ୍‍ ହେବେ। ଗୁଣଜ୍ଞ ହେବେ। ସାମର୍ଥ୍ୟ ପରିପ୍ରକାଶ ଘଟିବ। ବସ୍ତୁଲାଭ ହେବ।

ମୀନ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଯଶସ୍ୱୀ ହେବେ। ସରକାରୀ ଅର୍ଥ ମିଳିପାରେ। ଉପଯୁକ୍ତ କର୍ମାନୁରକ୍ତ ହେବେ। ନୃତ୍ୟ-ସଙ୍ଗୀତ ପ୍ରିୟ ହେବେ। ଜନପ୍ରିୟ ହେବେ। ସତ୍ୟରତ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।


ସେୟାର କରନ୍ତୁ