ସାରାଙ୍କ “ଲଭ ଅଜକାଲ” ଟ୍ରେଲର ଦେଖି ନିରାଶ ସୈଫ,କହିଲେ ମୋର ଫିଲ୍ମ ବେଶୀ ଭଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ୟନଙ୍କ ଷ୍ଟାରର ଫିଲ୍ମ “ଲଭ ଅଜକାଲ” ମୁବିର ଟ୍ରେଲର ରିଲିଜ ହୋଇଯାଇଛି । ଫିଲ୍ମର ଟ୍ରେଲରକୁ ଦେଖିକରି ଲୋକେ ଏହାକୁ ସୈଫ ଅଲ୍ଲୀ ଖାନ ଓ ଦୀପିକା ପାଦୁକୋନଙ୍କ “ଲଭ ଅଜକାଲ”ର କପି କହୁଛନ୍ତି । ଲୋକମାନଙ୍କୁ ଫିଲ୍ମର ଟ୍ରେଲର ପସନ୍ଦ ଆସୁନାହିଁ ।ଏବେ ସାରାଙ୍କ ବାପା ଏବଂ ଅରାଜିନାଲ ଫିଲ୍ମର ଆକ୍ଟର ସୈଫ ଅଲ୍ଲୀ ଖାନଙ୍କର ମଧ୍ୟ ରିଏକ୍ସନ ସାମ୍ନାକୁ ଆସିଅଛି ।

ଇଣ୍ଡିଆନ ଏକ୍ସପ୍ରେସ ସାଥିରେ ହୋଇଥିବା କଥା ବାର୍ତାରେ ସୈଫ କାର୍ତ୍ତିକ ଓ ସାରା ଷ୍ଟାରର “ଲଭ ଅଜକାଲ” ଫିଲ୍ମକୁ ନିଜର ଫିଲ୍ମ ମୁକାବିଲେ କମଜୋର କହିଛନ୍ତି । ସେ କହିଲେକି 2009ରେ ଦୀପିକା ପାଦୁକୋନଙ୍କ ସାଙ୍ଗରେ ଆସିଥିବା ଅରାଜିନାଲ “ଲଭ ଅଜକାଲ” ବେଶୀ ପସନ୍ଦ ଆସିଥିଲା । ତେବେ ସୈଫ ନିର୍ଦେଶକ ଇମତିଆଜ ଅଲ୍ଲୀଙ୍କ ଏହି ଏକ୍ସପେରିମେଣ୍ଟକୁ ସାବାସୀ କରିଛନ୍ତି । ସେ ସାରାଙ୍କୁ ତାଙ୍କର ରୋଲ ପାଇଁ ଶୁଭ କାମନା ଦେଇଛନ୍ତି ।

ଵର୍କଫ୍ରଣ୍ଟର କଥା କହିବାତ, ତେବେ ସୈଫ ଅଲ୍ଲୀ ଖାନଙ୍କ ଫିଲ୍ମ ‘ତାନାଜୀ ଦ ଅନସଙ୍ଗ ୱାରିଅର’ ରିଲିଜ ହୋଇଅଛି । ଏହି ଫିଲ୍ମରେ ସେ ଉଦୟନାଥ ରାଥୋଡ ନେଗେଟିବ ଭୂମିକାରେ ଅଛନ୍ତି । ତେବେ ଫିଲ୍ମର ହିରୋ ଅଜୟ ଦେବଗନ ଅଟନ୍ତି କିନ୍ତୁ ଲୋକମାନଙ୍କୁ ସୈଫଙ୍କ ଆକ୍ଟିଙ୍ଗ ବେଶୀ ଇମ୍ପ୍ରେସିଭ ଲାଗୁଛି । ଏହି ଫିଲ୍ମରେ ଲୋକମାନେ ସୈଫଙ୍କର ଭଲ ଆକ୍ଟିଙ୍ଗର ଅନୁଭବ କରୁଛନ୍ତି ।

ଏଇଠି ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ୟନଙ୍କ ଷ୍ଟାରର ଫିଲ୍ମ “ଲଭ ଅଜକାଲ”ର କଥା କହିବାତ ଫିଲ୍ମରେ ଦୁଇ ଦୁଇଟି କହାଣୀ ଦେଖାଯାଇଛି । ଯେଉଁଠି 90 ଦଶକ ବାଲି ପାର୍ଟରେ ଆଋଷି ଶର୍ମା ନଜର ଆସୁଛନ୍ତି ଏବଂ ମର୍ଡନ କାହାଣୀରେ ସାରା ଅଲ୍ଲୀ ଖାନ ଅଟନ୍ତି । ଫିଲ୍ମର ନିର୍ଦେଶନ ଇମତିଆଜ ଅଲ୍ଲୀ କରିଛନ୍ତି । କହିବାକି ଇମତିଆଜ ସୈଫ ଅଲ୍ଲୀ ଖାନ ଓ ଦୀପିକା ପାଦୁକୋନଙ୍କ ସାଙ୍ଗରେ “ଲଭ ଅଜକାଲ” ବନାଇଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଥିଲା । ଏବେ ସାରା ଓ କାର୍ତ୍ତିକଙ୍କ “ଲଭ ଅଜକାଲ” କେତେ କମାଲ କରୁଛି ତାହା ଦେଖିବାକୁ ବାକି ରହିଲା ।


ସେୟାର କରନ୍ତୁ