ପରଦାକୁ ଆସୁଛି ଅଜୟ ଦେବଗନଙ୍କ ଫିଲ୍ମ“ତାନାଜୀ”

Truthink
ସେୟାର କରନ୍ତୁ

ପୁଣି ଏକ ଦମଦାର ଫିଲ୍ମକୁ ନେଇ ପରଦାକୁ ଫେରୁଛନ୍ତି ବଲିଉଡ଼ ଅଭିନେତା ଅଜୟ ଦେବଗାନ । ପିରିଅଡିକ ଡ୍ରାମା ଫିଲ୍ମ “ତାନାଜୀ” ଅଜୟ ଦେବଗାନଙ୍କ ୧୦୦ତମ ଫିଲ୍ମ । ଅଜୟ ଦେବଗାନ, ସେଫ ଅଲ୍ଲୀ ଖାନ ଓ କାଜଲଙ୍କ ଷ୍ଟାରର ବହୁ ପ୍ରତୀକ୍ଷିତ ଫିଲ୍ମ “ତାନାଜୀ”ର ଟ୍ରେଲର ଆଜି ରିଲିଜ ହୋଇଛି । ଫିଲ୍ମ “ତାନାଜୀ”ର ଫିଲ୍ମଟିର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମ “ତାନାଜୀ”ର ଟ୍ରେଲର ଦର୍ଶକଙ୍କ ଗହଣରେ ବେଶ ଆଦୃତ ହୋଇଛି । ସୋସିଆଲ ମିଡ଼ିଆ ୟୁଜର୍ସ ଫିଲ୍ମ “ତାନାଜୀ” ଟ୍ରେଲରର ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି । କିପରି ମୋଗଲ ଉପରେ ମରାଠା ଏହି ଫିଲ୍ମ “ତାନାଜୀ”ର ଟ୍ରେଲରରେ ଦେଖାଯାଉଛି । ଏହି ଯୁଦ୍ଧର ଦାୟିତ୍ୱ ଛତ୍ରପତି ଶିବାଜୀ ଶୁବେଦାର ତାନାଜୀ ମାଲୁସରେଙ୍କୁ ଦେଉଛନ୍ତି । ମୋଗଲ ଓ ମରାଠା ମଧ୍ୟରେ ତାନାଜୀ କିପରି ସର୍ଜିକାଲ ଷ୍ଟାଇକ କରି ମୋଗଲ ସାମ୍ରାଜ୍ୟକୁ ଦୋହଲେଇ ଦେଇଥିଲେ ତାହା ଏହି ଫିଲ୍ମର ଦମଦାର କାହାଣୀ ରହିଛି । ଏହି ଫିଲ୍ମଟି ୨୦୨୦ ମସିହା ଜାନୁଆରୀ ୧୦ରେ ରିଲିଜ ହେବାକୁ ଯାଉଛି ।


ସେୟାର କରନ୍ତୁ