ଉଠାଜଳସେଚନ ପ୍ରକଳ୍ପର ପାଇପ ଚୋରି ପଣ୍ଡ

Truthink
ସେୟାର କରନ୍ତୁ

ପରଜଙ୍ଗ : ଶୁକ୍ରବାର ରାତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପସି ଗ୍ରାମର ବାମପାର୍ଶ୍ୱ କେନାଲ ଯୋଗେ ଲାଗିଥିବା ଉଠାଜଳସେଚନ ପ୍ରକଳ୍ପର ପାଇପ ଚୋରି ଘଟଣା ପଣ୍ଡ ହୋଇଥିବା ଦେଖିବାକୁ ମିଳିଅଛି ।

ସୂଚନା ଅନୁଯାୟୀ, ଦୁର୍ବୁତ୍ତମାନେ ପାଇପ ଚୋରି କରୁଥିବା ସମୟରେ କୌଣସି ସୂତ୍ରରୁ ଖବରପାଇ କିଛି ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ଯିବାରୁ ଚୋରମାନେ ସେଠାରୁ ପଳାଇ ଯାଇଛନ୍ତି । ଯାହା ଫଳରେ ଘଟଣା ସ୍ଥଳରେ ଏକ ବାଇକ ଏବଂ ଗ୍ୟାସ କଟର ଜବତ ହୋଇଥିବା ଖବର ମିଳିଛି । ତେବେ ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


ସେୟାର କରନ୍ତୁ