ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବରୁଣ, ପଢନ୍ତୁ କାହାକୁ

ସିନେମା
ସେୟାର କରନ୍ତୁ

ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍‌ ଚାର୍ମିଂ ଷ୍ଟାର ବରୁଣ ଧଓ୍ବନ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ କରିବାକୁ ଯାଉଛନ୍ତି। କିଛି ଦିନ ହେବ ବରୁଣ ତାଙ୍କ ଗର୍ଲଫ୍ରେଣ୍ଡ ନତାଶାଙ୍କୁ ଡେଟ୍‌ କରୁଛନ୍ତି। ବହୁଥର ଦୁହିଁଙ୍କୁ ବଲିଉଡ୍‌ର କେତେକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଛି। ଏମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶୁଣିବାକୁ ମିଳୁଛି ଚଳିତ ବର୍ଷ ମେ’ ମାସରେ ବରୁଣ ଓ ନତାଶା ବିବାହ ପାଇଁ ଯୋଜନା କରୁଛନ୍ତି। ଏହା ଏକ ଗ୍ରାଣ୍ଡ ଓ୍ବେଡିଂ ହେବ। ଯାହାର କାର୍ଯ୍ୟକ୍ରମ ପୂରା ସପ୍ତାହେ ଚାଲିବ ବୋଲି ଚର୍ଚ୍ଚା ହେଉଛି। ଆଉ ଏଥିରେ ମେହେନ୍ଦୀ, ସଙ୍ଗୀତ ଓ ରିସେପ୍‌ଶନ ଭଳି କାର୍ଯ୍ୟକ୍ରମ ସାମିଲ ରହିବ। ଡେଷ୍ଟିନେଶନ୍‌ ଓ୍ବେଡିଂ ପାଇଁ ଯୋଜନା କରାଯାଉଥିବା ବେଳେ ଏହା ଗୋଆର କୌଣସି ବିଚ୍‌ରେ କିମ୍ବା ବିଳାସପୂର୍ଣ୍ଣ ହୋଟେଲରେ ହେବ ବୋଲି ଅନୁମାନ କରାଯାଉଛି। ଏହି ବିବାହ ବହୁ ଧୁମ୍‌ଧାମ୍‌ରେ ହେବାକୁ ଥିବା ବେଳେ ଏଥିରେ ବଲିଉଡ୍‌ର ବହୁ ସେଲିବ୍ରିଟି ମଧ୍ୟ ସାମିଲ ହେବେ। ତେବେ ବରୁଣ ଓ ନତାଶାଙ୍କ ପରିବାର ଏହାର ତାରିଖକୁ ଗୋପାନୀୟ ରଖିଥିବା ଜଣାପଡ଼ିଛି। ଯଦି ବରୁଣ ମେ’୧ରେ ବିବାହ କରନ୍ତି ତେବେ ତାଙ୍କ ପାଇଁ ଏହି ଦିନ ଲକି ସାବ୍ୟସ୍ତ ହୋଇପାରେ। କାରଣ ଉକ୍ତ ଦିନ ବରୁଣଙ୍କ ଅପ୍‌ କମିଂ ଫିଲ୍ମ ‘କୁଲି ନମ୍ବର–୧’ ମଧ୍ୟ ରିଲିଜ୍‌ ହେବାକୁ ଯାଉଛି।


ସେୟାର କରନ୍ତୁ