୮୨ଗ୍ରାମର ହେରୋଇନ ଜବତ, ଦୁଇ ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ପୁଣି ଲକ୍ଷ୍ମୀସାଗର ହଳଦୀପଡିଆ ବସ୍ତିରୁ ଲକ୍ଷାଧିକ ଟଙ୍କାର ହେରୋଇନ ଜବତ କରିଛି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାଡ଼ ଟିମ । ଆଜି ବସ୍ତିରେ ଅଚାନକ ଚଢ଼ଉ କରି ଟିମ ଜଣେ ମହିଳା ଦଲାଲଙ୍କ ସହ ତାର ସହଯୋଗୀକୁ ଗିରଫ କରିଛି । ମହିଳା ଦଲାଲ ଜଣଙ୍କ ହେଲେ ଫିରୋଜା ବିବି (୪୨) । ପୁଲିସ ୮୨ଗ୍ରାମ ଓଜନର ହେରୋଇନ ଜବତ କରିଛି ।

ଆଗରୁ ମଧ୍ୟ ଫିରୋଜା ଲକ୍ଷ୍ମୀସାଗର ପୁଲିସ ହାତରେ ଗିରଫ ହୋଇ ସାରିଛି । ଜାମିନରେ ଆସି ସେ ପୁଣି ନିଶାଦ୍ରବ୍ୟ କାରବାରରେ ଚଳାଇଆସୁଥିବା ସୂଚନା ମିଳିଛି । ବିଶେଷ କରି ଦଲାଲମାନେ ହେରୋଇନ ବାଲେଶ୍ୱର ଦେଇ ଚାଲାଣ କରୁଥିବା ପୁଲିସ କହିଛି ।


ସେୟାର କରନ୍ତୁ