୧୫ କୋଟି ଠକେଇ ଅଭିଯୋଗ: ଶ୍ରୀଭୂମି ଚିଟ୍‍ଫଣ୍ଡ ନିର୍ଦ୍ଦେଶକ ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ଜମାକାରୀଙ୍କୁ ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ ୧୫ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଶ୍ରୀଭୂମି ଚିଟ୍‍ଫଣ୍ଡ ସଂସ୍ଥାର ନିର୍ଦ୍ଦେଶକକୁ ଗିରଫ କରିଛି କ୍ରାଇମ୍‍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡ଼ବ୍ଲ୍ୟୁ) । ଅଭିଯୁକ୍ତ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲାର ଛୋଟରାୟ ମାଝୀ । ଶ୍ରୀ ମାଝୀଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଛି । ତାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିବା ଜଣାପଡିଛି । ୨୯ ମେ ୨୦୧୫ରେ ସଂସ୍ଥାର ନିର୍ଦେଶକ ସୁଭ୍ରାଂଶୁ ସିଂଙ୍କୁ କ୍ରାଇମ୍‍ବ୍ରାଞ୍ଚ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ଶ୍ରୀଭୂମି କନ୍‍ଷ୍ଟ୍ରକସନ୍‍ ପ୍ରାଇଭେଟ୍‍ ଲିମିଟେଡ ନାମକ ଏକ ଚିଟ୍‍ଫଣ୍ଡ ସଂସ୍ଥା ଖୋଲିଥିଲେ ସଂସ୍ଥାର ନିର୍ଦେଶକ ସୁଭ୍ରାଂଶୁ ସିଂ ଓ ନିର୍ଦ୍ଦେଶକ ଛୋଟରାୟ ମାଝୀ । ସଂସ୍ଥା ଜୁନ୍‍ ୨୦୧୧ ମସିହାରେ କାର୍ଯ୍ୟ ଆରମ୍ଭ କରିଥିଲା । ଏଜେଣ୍ଟ ମାନଙ୍କ ସହାୟତାରେ ସଂସ୍ଥା ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ନୟାଗଡ, ପୁରୀ ଆଦି ଜିଲ୍ଲାରୁ ଜମାକାରୀଙ୍କୁ ଜମା ଟଙ୍କା ଉପରେ ଡବଲ ସୁଧ କହି ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ ।

୨୦୧୩ ପରେ ସଂସ୍ଥାର ନିର୍ଦ୍ଦେଶକ ଜମାକାରୀମାନଙ୍କ ଟଙ୍କା ଫେରାଇ ନଥିଲା । ପରବର୍ତ୍ତୀ ସମୟରେ ସଂସ୍ଥାରେ ତାଲା ପଡିଯାଇଥିଲା । ଟଙ୍କା ଫେରସ୍ତ ନପାଇବାରୁ ଜମାକାରୀ ଓ ଏଜେଣ୍ଟମାନେ ନିରାଶ ହୋଇ ଥାନାରେ ଅଭିଯୋଗ କରିଥିଲେ । ପରେ ନିର୍ମଳ କୁମାର ଜେଷ୍ଟି ନାମକ ଜଣେ ଯୁବକ କ୍ରାଇମ୍‍ବ୍ରାଞ୍ଚରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ କ୍ରାଇମ୍‍ବ୍ରାଞ୍ଚ ଚଢ଼ଉ କରି ସଂସ୍ଥାର ନିର୍ଦ୍ଦେଶକ ସୁଭ୍ରାଂଶୁ ସିଂଙ୍କୁ ଗିରଫ କରିଥିଲା । ତେବେ ଠାରୁ ଶ୍ରୀ ମାଝୀ ଫେରାର ଥିଲେ ।


ସେୟାର କରନ୍ତୁ