୧୫୦ଟି ଦୁଇ ହଜାର ଟଙ୍କିଆ ଜାଲନୋଟ ଠାବ, ଏଜେଣ୍ଟ ଗିରଫ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ରେଭେନ୍ୟୁ ଡାଇରେକ୍ଟୋରେଟର ଗୁଇନ୍ଦା ଟିମ ଶୁକ୍ରବାର ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଜାଲନୋଟ କାରବାରରେ ସଂପୃକ୍ତ ଥିବା ଜଣେ ଏଜେଣ୍ଟକୁ ଗରଫ କରିଛି । ତା’ଠାରୁ ତଦନ୍ତକାରୀ ଅଧିକାରୀ ୧୫୦ଟି ଦୁଇ ହଜାର ଟଙ୍କିଆ ଜାଲ ନୋଟ ଜବତ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ଝାଡଖଣ୍ଡ ରାଜ୍ୟ ଉଧାଉ ଅଞ୍ଚଳର ବୋଲି ଜଣାପଡିଛି । ୩ଲକ୍ଷ ଟଙ୍କାର ଜାଲ ନୋଟ ଅଭିଯୁକ୍ତ ପାଖରୁ ଉଦ୍ଧାର ହୋଇଛି ।

ଅଭିଯୁକ୍ତ ଜଣଙ୍କ ଏକ ଏୟାର ବ୍ୟାଗରେ ଜାଲ ନୋଟ ନେଇ କାମାକ୍ଷା-ୟସବନ୍ତପୁର ଏକ୍ସପ୍ରେସ ଟ୍ରେନରେ ରାମପୁର ହାଟ ମାଲଦାରୁ ବାଙ୍ଗାଲୁର ଯାଉଥିଲା । ଖବର ପାଇ ଗୁଇନ୍ଦା ଟିମ ତାର ପିଛା କରିଥିଲେ । ଖୋର୍ଦ୍ଧା ରୋଡ ଷ୍ଟେସନରେ ଚଢ଼ଉ କରି ତାକୁ ଗିରଫ କରିଥିଲେ । ସେ ରଖିଥିବା ଏୟାର ବ୍ୟାଗ ଯାଞ୍ଚ କରିବା ପରେ ସେଥିରୁ ଜାଲ ଟଙ୍କା ବାହାରିଥିବା ଅଧିକାରୀ ସୂଚନା ଦେଇଛନ୍ତି । ଅଭିଯୁକ୍ତର ପରିଚୟ ଟିମ ପ୍ରକାଶ କରି ନାହିଁ ।

ତେବେ ଏତେ ଗୁଡାଏ ଜାଲ ଟଙ୍କା ପଶ୍ଚିମବଙ୍ଗର ଜାଲ ନୋଟ ପେଣ୍ଠସ୍ଥଳୀ କୁହାଯାଉଥିବା ମାଲଦା ଅଞ୍ଚଳରୁ ବାଙ୍ଗାଲୁର ଭାୟା ଭୁବନେଶ୍ୱର ଯାଉଥିବା ତଦନ୍ତରେ ଜଣାପଡିଛି । ଖାଲି ଏତିକି ନୁହେଁ ଏହି ଟଙ୍କା ବାଙ୍ଗାଲୁରରୁ ଝାରଖଣ୍ଡ କାରବାର ହେଉଥିବା ମଧ୍ୟ ପ୍ରମାଣ ମିଳିଛି । ତେଣୁ ଅଭିଯୁକ୍ତ ଜଣଙ୍କୁ ଜାଲ ନୋଟ ଦେଇଥିଲା କିଏ ? ଏହି ରାକେଟର ମାଷ୍ଟରମାଇଣ୍ଡ କିଏ ? କେଉଁ କାରଣ ପାଇଁ ଜାଲ ନୋଟ ଚାଲାଣ କରାଯାଉଥିଲା? ଏସବୁ ଦିଗରେ ତଦନ୍ତକାରୀ ଟିମ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।


ସେୟାର କରନ୍ତୁ