ପୁଲିସ କବାଡି ଓ ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦଯାପିତ

ଖେଳ
ସେୟାର କରନ୍ତୁ

ଭୁବନେଶ୍ୱର: ୭୫ତମ ରାଜ୍ୟ ପୁଲିସ କବାଡି ଓ ସପ୍ତମ ହ୍ୟାଣ୍ଡବଲ ପ୍ରତିଯୋଗିତା ଶୁକ୍ରବାର ଅପରାହ୍ନରେ ଷଷ୍ଠ ଓଏସଏପି ବାଟାଲିୟନ ପରିସରଠାରେ ଉଦଯାପିତ ହୋଇଯାଇଛି । ରାଜ୍ୟ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସତ୍ୟଜିତ ମହାନ୍ତି ଏହି ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରି ଆନୁଷ୍ଠାନିକ ପରେଡରେ ଅଭିବାଦନ ଗ୍ରହଣ କରିବା ସହ କୃତିତ୍ୱ ହାସଲ କରିଥିବା ଦଳମାନଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ଉନ୍ନତମାନର କ୍ରୀଡା କୌଶଳ ପ୍ରଦର୍ଶନ କରି ଓଡିଶା ପୁଲିସର ମାନବର୍ଦ୍ଧନ କରିବାକୁ ଉପସ୍ଥିତ ଖେଳାଳୀଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ପୁଲିସର କବାଡି ଖେଳର ବିକାଶ ପାଇଁ ସେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ମ୍ୟାଟ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲେ । ରାଜ୍ୟ ସଶସ୍ତ୍ର ପୁଲିସର ଆଇଜି ତଥା ପ୍ରତିଯୋଗିତା ଆୟୋଜନ କମିଟିର ଅଧ୍ୟକ୍ଷ ଶ୍ରୀ ସଂଜୀବ ପଣ୍ଡା ଉପସ୍ଥିତ ରହି ପ୍ରାରମ୍ଭିକ ସୂଚନା ଦେବା ସହ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।

ଗତ ୧୮ତାରିଖରୁ ଆରମ୍ଭ ହୋଇଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଚଳିତ ବର୍ଷ କବାଡି ବିଭାଗରେ ଓଏସଏପି ଷଷ୍ଠ ବାଟାଲିୟନ ଚମ୍ପିୟନ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲା ପୁଲିସ ଦଳ ରନର୍ସ ଅପ୍ ଟ୍ରଫି ହାସଲ କରିଛନ୍ତି । ସେହିପରି ହ୍ୟାଣ୍ଡବଲ ପ୍ରତିଯୋଗିତାରେ ମଧ୍ୟ ଓଏସଏପି ଷଷ୍ଠ ବାଟାଲିୟନ ଦଳ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ପ୍ରଥମ ଓଏସଏପି ବାଟାଲିୟନ ଢ଼େଙ୍କାନାଳ ଦଳ ରନର୍ସ ଅଫ ହୋଇଛନ୍ତି ।

କବାଡିରେ ୨୪ଟି ଦଳ ଓ ହ୍ୟାଣ୍ଡବଲରେ ସମୁଦାୟ ୯ଟି ଦଳ ଅଂଶଗ୍ରହଣ କରିଥିଲେ । କବାଡିରେ ସମୁଦାୟ ୪୫ଟି ଲିଗ ଓ ୮ଟି ନକ ଆଉଟ ମ୍ୟାଚ ଅନୁଷ୍ଠିତ ହୋଇ ଶେଷରେ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଜେତା ଦଳମାନଙ୍କ ଅର୍ଥ ରାଶି ଦୃଦ୍ଧି କରାଯାଇ ବିଜେତା ଦଳକୁ ଦଶ ହଜାର, ଦୁତୀୟ ସ୍ଥାନ ହାସଲ କରିଥିବା ଦଳକୁ ୭୫୦୦ ଓ ତୃତୀୟ ସ୍ଥାନ ପାଇଥିବା ଦଳକୁ ପାଞ୍ଚ ହଜାର ଟଙ୍କାର ପୁରସ୍କାର ଅର୍ଥ ପ୍ରଦାନ କରାଯାଇଛି ।


ସେୟାର କରନ୍ତୁ