କାର ସହ ୨ କୋଟି ମୂଲ୍ୟର ସୁନା ବିସ୍କୁଟ ଜବତ, ୩ ଅଟକ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ଗୁଇନ୍ଦା ବିଭାଗ ହାତରେ ପୁଣି ଧରାପଡିଛନ୍ତି ସୁନା ବିସ୍କୁଟ ଚାଲାଣ କରୁଥିବା ୩ ଦଲାଲ । ବିଶେଷ ସୂତ୍ରରୁ ଖବର ପାଇ ନେଲୁର ରେଭେନ୍ୟୁ ଡାଇରେକ୍ଟୋରେଟର ଗୁଇନ୍ଦା ଟିମ ତାମିଲନାଡୁର ଭେଙ୍କେଟାଚଲମ ଟୋଲ ପ୍ଲାଜା ନିକଟରେ ଚଢ଼ଉ କରି କାର ସହ ୩ ଜଣକୁ ଅଟକ ରଖି ପଚରାଉଚରା କରୁଛି । କାର ଭିତରୁ ୫ କେଜି ୭ଶହ ଗ୍ରାମର ସୁନା ବିସ୍କୁଟ ଜବତ କରିଛି ଟିମ । ଜବତ ସୁନା ବିସ୍କୁଟର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

ଦଲାଲମାନେ ତାମିଲନାଡୁରୁ ଆନ୍ଧ୍ରପ୍ରଦେଶକୁ ଏକ କାରରେ ସୁନା ବିସ୍କୁଟ ନେଇ ଆସୁଥିବା ବେଳେ ସେମାନଙ୍କୁ ଗୁଇନ୍ଦା ଟିମ କାବୁ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତମାନେ ଏକ ଲଗେଜ ବ୍ୟାଗରେ ସୁନା ବିସ୍କୁଟକୁ ଏକ ଜରି ଫଏଲରେ ପ୍ୟାକିଂ କରି ରଖିଥିଲେ । ବ୍ୟବସାୟୀମାନେ ସୁନା ବିସ୍କୁଟ ଚୋରା ଚାଲାଣ କରୁଥିବା ଗ୍ୟାଙ୍ଗ ଉପରେ ଗୁଇନ୍ଦା ବିଭାଗ ତୀକ୍ଷ୍ଣ ନଜର ରଖିଥିବାରୁ ଅପରାଧୀମାନେ ବିଭିନ୍ନ ତରିକା ଆପଣାଉଥିବା ଜଣାପଡିଛି ।

ଏହାପୂର୍ବରୁ ଗୁଇନ୍ଦା ବିଭାଗ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସୁନା ବିସ୍କୁଟ ଜବତ କରିବା ସହ ଦଲାଲମାନଙ୍କୁ ଗିରଫ କରିଥିଲା । ୬ ମାସ ଭିତରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୧୦ କେଜିରୁ ଅଧିକ ସୁନା ବିସ୍କୁଟ ଜବତ କରାଯାଇଛି ।


ସେୟାର କରନ୍ତୁ