ନାବାଳିକାକୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲେ ମଞ୍ଚେଶ୍ୱର ପୁରୁଷୋତ୍ତମ ବସ୍ତିର ଗଗନ ପାତ୍ର ।

ସୂଚନାମୂତାବକ, ପୁରୁଷୋତ୍ତମ ବସ୍ତିରେ ଏକ ପରିବାର ରୁହନ୍ତି । ଘରର ମୁରବି ଦିନ ମଜୁରିଆ ହୋଇଥିବାରୁ ଗତ ଶନିବାର ଦିନ ପରିବାର ଲୋକେ ଘରେ ନଥିଲେ । ୯ ବର୍ଷର ନାବାଳିକା ଝିଅ ଘରେ ଏକାକୀ ଥିବାର ସୁଯୋଗ ନେଇ ସେହି ବସ୍ତିର ଗଗନ ତାଙ୍କୁ ଘର ପଛକୁ ଟେକି ନେଇ ଅସଦାଚରଣ କରିଥିଲା ।

ଏହି ସମୟରେ କିଛି ଯୁବକ ଗଗନ ଆଡକୁ ଆସୁଥିବା ଆଭାସ ପାଇ ସେ ନାବାଳିକାଙ୍କୁ ଛାଡି ଫେରାର ହୋଇଯାଇଥିଲା । ଏନେଇ ପଡୋଶୀମାନେ ନାବାଳିକାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଚଢ଼ଉ କରି ଅଭିଯୁକ୍ତ ଗଗନଙ୍କୁ ଗିରଫ କରିଥିଲେ ।


ସେୟାର କରନ୍ତୁ