ମଲାଇକା ସେୟାର କଲେ ବିକିନି ପିନ୍ଧା ଫଟୋ, ଲୋକ ଦେଲେ ଏହି ସବୁ କମେଣ୍ଟ

ସିନେମା
ସେୟାର କରନ୍ତୁ

ଭୁବନେଶ୍ୱର: ମଲାଇକା ଆରୋରା । ବଲିଉଡର ଜଣେ ଜଣାଶୁଣା ଓ ଚର୍ଚ୍ଚିତ ନାଁ । ଖାନ୍ ପରିବାରର ସେ ବୋହୂ । ତେବେ ମଲାଇକା ଗତକିଛି ଦିନ ତଳେ ତାଙ୍କର ଏକ ବିକିନି ପିନ୍ଧା ଫଟୋ ଇଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ବିକିନି ପିନ୍ଧା ଫଟୋକୁ ତାଙ୍କର କିଛି ଫ୍ୟାନ୍ ପସନ୍ଦ କରିନାହାନ୍ତି । ସୁଇମିଙ୍ଗ ପୁଲ ଭିତରେ ଏହି ବିକିନି ପିନ୍ଧା ଫଟୋ କିନ୍ତୁ ଶୋସାଲ ମିଡିଆରେ ଟ୍ରୋଲ୍ ହେବାର ଲାଗିଛି ।
ଏହି ଫଟୋରେ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି ଯେ ଜଣେ ମା’ ଏଭଳି ବିକିନି ପିନ୍ଧି କିପରି ଫଟୋ ସେୟାର କରିପାରିବେ । ଆଉ କେହି ଏହାକୁ ଚିପ୍ ବୋଲି କମେଣ୍ଟ ଲେଖିଥିବା ବେଳେ ଆଉ କେହି ଟିନ ଏଜର୍ ଭଳି ବ୍ୟବହାର କରନ୍ତୁ ନାହିଁ ବୋଲି ଲେଖିଛନ୍ତି । ତେବେ ଏହାର କୌଣସି ଉତ୍ତର ମଲାଇକା ଆରୋରା ଦେଇ ନାହାନ୍ତି । ଶୋସାଲ ମିଡିଆରେ ଅନେକ ଅଭିନତ୍ରୀ ଏହି ଭଳି ଭାବରେ ଟ୍ରୋଲ୍ ହେଉଥିବା ଦେଖାଯାଉଛି । ଅନେକ ଅଭିନେତ୍ରୀ ଏହି ସବୁ ମାମଲାର ଚୁପ୍ ରହୁଥିବା ଦେଖିବାକୁ ମିଳୁଛି ।

ସେୟାର କରନ୍ତୁ