ରାଜ୍ୟରେ 304 କରୋନା ପଜିଟିଭ ଚି଼ହ୍ନଟ, ମୋଟ ସଂଖ୍ୟା 5160

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଅଛି । ରାଜ୍ୟରେ ସର୍ବାଧିକ ଗୋଟିଏ ଦିନରେ 304ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5160କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ 32ଜଣ ସ୍ଥାନୀୟ ବାସିନ୍ଦା ଏବଂ ଅବଶିଷ୍ଟ 272ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ନୂତନ ଚିହ୍ନଟ ହୋଇଥିବା 304 ସଂକ୍ରମିତଙ୍କ ମଧ୍ୟରୁ ଗଜପତି ଜିଲ୍ଲାରୁ ସର୍ବାଧିକ 47 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 5 ଜଣ, ମାଲକାନଗିରି ଜିଲ୍ଲାରୁ 2 ଜଣ, କଟକ ଜିଲ୍ଲାରୁ 13 ଜଣ, ନୟାଗଡ ଜିଲ୍ଲାରୁ 3 ଜଣ, ଜଗତସିଂହପୁର ଜିଲ୍ଲାରୁ 29 ଜଣ, ଝାରସୁଗୁଡା ଜିଲ୍ଲାରୁ 25 ଜଣ, ବାଲେଶ୍ବର ଜିଲ୍ଲାରୁ 17 ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ସୋନପୁର ଜିଲ୍ଲାରୁ 4 ଜଣ, କନ୍ଧମାଳ ଜିଲ୍ଲାରୁ 12 ଜଣ, ଭଦ୍ରକ ଜିଲ୍ଲାରୁ 11 ଜଣ, ବରଗଡ ଜିଲ୍ଲାରୁ 14 ଜଣ, ଯାଜପୁର ଜିଲ୍ଲାରୁ 21 ଜଣ, ଗଞ୍ଜାମ ଜିଲ୍ଲାରୁ 40 ଜଣ, ପୁରୀ ଜିଲ୍ଲାରୁ 3 ଜଣ, ସୁନ୍ଦରଗଡ ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ 2 ଜଣ, ବଲାଙ୍ଗୀର ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ 6 ଜଣ ଏବଂ କେନ୍ଦ୍ରାପଡା ଜିଲ୍ଲାରୁ 5 ଜଣ ରହିଛନ୍ତି । ସେହିପରି ପଶ୍ଚିମବଙ୍ଗରୁ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରୁ ଫେରିଥିବା 42ଜଣ ଅଗ୍ନିଶମ ଓ ଏନଡିଆରଏଫ ଯବାନ ଏଥିରେ ଥିବା ଦର୍ଶାଯାଇଅଛି ।

ରାଜ୍ୟରେ ଏବେ 1607ଟି ଆକ୍ଟିଭ‌ କେସ ରହିଥିବା ବେଳେ 3534ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 14 ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ 5 ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।


ସେୟାର କରନ୍ତୁ