ରାଜ୍ୟରେ ସୁସ୍ଥ ହେଲେ 2129 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 54405

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 2129 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 54405ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 2129 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ 276 ଜଣ, ଗଞ୍ଜାମ ଜିଲ୍ଲାରୁ 265 ଜଣ, ସୁନ୍ଦରଗଡରୁ 178 ଜଣ, କଟକରୁ 172 ଜଣ, କୋରାପୁଟରୁ 153 ଜଣ, ଭଦ୍ରକ ଜିଲ୍ଲାରୁ 144 ଜଣ, ନୟାଗଡରୁ 130 ଜଣ, କନ୍ଧମାଳରୁ 122 ଜଣ, ବାଲେଶ୍ଵରରୁ 90 ଜଣ, ପୁରୀରୁ 84 ଜଣ, ମାଲକାନଗିରିରୁ 80 ଜଣ, ସମ୍ବଲପୁରରୁ 68 ଜଣ, ରାୟଗଡାରୁ 68 ଜଣ, ମୟୂରଭଞ୍ଜ ଜିଲ୍ଲାରୁ 56 ଜଣ, ଗଜପତିରୁ 50 ଜଣ, ଜଗତସିଂହପୁରରୁ 27 ଜଣ, ଯାଜପୁରରୁ 24 ଜଣ, ଢେଙ୍କାନାଳରୁ 23 ଜଣ, କେନ୍ଦୁଝରରୁ 23 ଜଣ, କଳାହାଣ୍ଡିରୁ 19 ଜଣ, ଅନୁଗୁଳରୁ 18 ଜଣ, କେନ୍ଦ୍ରାପଡାରୁ 16 ଜଣ, ବଲାଙ୍ଗିରରୁ 14 ଜଣ, ଝାରସୁଗୁଡାରୁ 13 ଜଣ, ନବରଙ୍ଗପୁରରୁ 9 ଜଣ, ବୌଦ୍ଧରୁ 6 ଜଣ ଓ ସୋନପୁରରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ