Coronavirus: ଦେଶରେ ଏପର୍ଯ୍ୟନ୍ତ ମୋଟ ମାମଲା 31 ଲକ୍ଷ ପାର, 57 ହଜାରରୁ ଅଧିକ ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ ଏପର୍ଯ୍ୟନ୍ତ ମୋଟ କରୋନା ରୋଗୀଙ୍କ ସଂଖ୍ୟା 31 ଲକ୍ଷ ଅତିକ୍ରମ କରିଛି । ପୂର୍ବ 24 ଘଣ୍ଟା ମଧ୍ୟରେ କରୋନାରେ 61,408 ନୂତନ ରୋଗୀ ଚି଼ହ୍ନଟ ହୋଇଛନ୍ତି ଏବଂ ଦେଶରେ 836 ଜଣଙ୍କର ମୃତ୍ୟୁ ହୋଇଛି । ଏହି କରୋନା ମାମଲା ବିଶ୍ୱରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ରୋଗୀ । ଆମେରିକା ଏବଂ ବ୍ରାଜିଲରେ ପୂର୍ବ ଦିନରେ ଯଥାକ୍ରମେ 32,718 ଏବଂ 23,085 ନୂତନ ମାମଲା ରିପୋର୍ଟ ହୋଇଛି । ଏହାପୂର୍ବରୁ ଅଗଷ୍ଟ 22ରେ ଭାରତରେ ରେକର୍ଡ 69,878 କରୋନା ମାମଲା ରିପୋର୍ଟ ହୋଇଥିଲା ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ ଏପର୍ଯ୍ୟନ୍ତ 31 ଲକ୍ଷ 6 ହଜାର 348 ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଥି ମଧ୍ୟରୁ 57,542 ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ ମାମଲା ସଂଖ୍ୟା 7 ଲକ୍ଷ 10 ହଜାରକୁ ବୃଦ୍ଧି ପାଇଛି ଏବଂ 23 ଲକ୍ଷ 38 ହଜାର ଲୋକ ଏହି ରୋଗରୁ ଠିକ ହୋଇଛନ୍ତି । ସଂକ୍ରମଣର ଆକ୍ଟିଭ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ଅଧିକ ।

ଆକ୍ଟିଭ ମାମଲାରେ ଟପ 5 ରାଜ୍ୟ
ସଂଖ୍ୟା ମୁତାବକ, ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ସକ୍ରିୟ ମାମଲା ରହିଛି । ମହାରାଷ୍ଟ୍ରର ଡାକ୍ତରଖାନାରେ ଦେଢ଼ ଲକ୍ଷରୁ ଅଧିକ ସଂକ୍ରମିତ ଲୋକ ଚିକିତ୍ସିତ ହେଉଛନ୍ତି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ, ତୃତୀୟ ସ୍ଥାନରେ ଦିଲ୍ଲୀ, ଚତୁର୍ଥ ସ୍ଥାନରେ ଗୁଜୁରାଟ ଏବଂ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି । ଆକ୍ଟିଭ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱରେ ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ଆମେରିକା ଏବଂ ବ୍ରାଜିଲ ପରେ କରୋନା ମହାମାରୀରେ ସବୁଠାରୁ ଅଧିକ ଭାରତ ପ୍ରଭାବିତ ହୋଇଛି ।


ସେୟାର କରନ୍ତୁ