ଓଡିଶା ଆସିବେ ପ୍ରଭାରୀ ସୁନୀଲ ବଂଶଲ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟ ବିଜେପି ଶିବିର ଏବେ ଚଳଚଞ୍ଚଳ ହୋଇଉଠିଛି । ଆସିବେ ପ୍ରଭାରୀ ସୁନୀଲ ବଂଶଲ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ପୂର୍ବରୁ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓଡିଶା ଆସୁଛନ୍ତି । ନଡ୍ଡାଙ୍କ ଗସ୍ତର ବିସ୍ତୃତ ସମୀକ୍ଷା କରିବେ ବଂଶଲ । ଏହାସହ ସଙ୍ଗଠନ ମଜବୁତ ନେଇ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । 2024 ନିର୍ବାଚନକୁ ଆଖି ଆଗରେ ରଖି ଆସିବେ କ୍ଷେତ୍ରୀୟ ପ୍ରଭାରୀ ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜେପି ନଡ୍ଡାଙ୍କ ଗସ୍ତ ନେଇ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେସ୍ୱରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଗସ୍ତ ନେଇ ଆଲୋଚନା ହୋଇଥିଲା । ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା ମନମୋହନ ସାମଲ, ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ରହିଥିଲେ ।


ସେୟାର କରନ୍ତୁ