ରାଜ୍ୟରେ 186 ଜଣ କରୋନାରୁ ସୁସ୍ଥ ହେଲେ, ମୋଟ ସୁସ୍ଥ ସଂଖ୍ୟା 3720

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଆଜି 186 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 3720ରେ ପହଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି । ତେବେ ଏହି 186 ଜଣ ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ କଟକ ଜିଲ୍ଲାରୁ 62 ଜଣ,କନ୍ଧମାଳ ଜିଲ୍ଲାରୁ 41 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 32 ଜଣ, ଗଂଜାମ ଜିଲ୍ଲାରୁ 12 ଜଣ, ମୟୂରଭଂଜ ଜିଲ୍ଲାରୁ 8 ଜଣ, ଅନୁଗୁଳ ଜିଲ୍ଲାରୁ 7 ଜଣ, କେନ୍ଦୁଝର ଜିଲ୍ଲାରୁ 5 ଜଣ, ମାଲକାନଗିରି, ନୟାଗଡ଼ ଓ ପୁରୀ ଜିଲ୍ଲାରୁ 4 ଜଣ ଲେଖାଏଁ, ବାଲେଶ୍ୱର, ଦେବଗଡ଼ ଓ ସୋନପୁର ଜିଲ୍ଲାରୁ 2 ଜଣ ଲେଖାଏଁ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ