ଅଦା ଶର୍ମାଙ୍କ Video ହେଲା ଭାଇରଲ, ଛାତ ମୁଣ୍ଡରେ କରୁଛନ୍ତି ଯୋଗ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ଅଭିନେତ୍ରୀ ଅଦା ଶର୍ମା (Adah Sharma) ନିଜର ଫିଟନେସ ପାଇଁ ଜଣାଯାଇଥାନ୍ତି । ସୋସିଆଲ ମିଡିଆରେ ସେ ନିୟମିତ ଅନ୍ତରରେ ନିଜର ଯୋଗା ଭିଡ଼ିଓ ସେୟାର କରିଥାନ୍ତି । ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ (International Yoga Day) ମାନାଯାଉଅଛି, ଏମିତିରେ ଅଦା ଶର୍ମା କେମିତି ପଛରେ ରହିବେ । ସେ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜର ଛାତ ମୁଣ୍ଡରେ କରୁଥିବାର ନଜରରେ ଆସୁଛନ୍ତି । ଅଦା ଶର୍ମାଙ୍କ ଏହି ଭିଡିଓ ସମସ୍ତଙ୍କର ଧ୍ୟାନ ନେଉଅଛି ।

ଅଦା ଶର୍ମା (Adah Sharma) ଏହି ଭିଡିଓକୁ ସେୟାର କରି ଲେଖିଲେ, “କଣ ଆପଣ ଆଜି ନିଜେ ଯୋଗ କରିଛନ୍ତି ?” ଅଦା ଶର୍ମାଙ୍କ ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଅଛନ୍ତି ଏବଂ ଏହାକୁ ଏପର୍ଯ୍ୟନ୍ତ ଏକ ଲକ୍ଷରୁ ବେଶି ଥର ଦେଖାଯାଇସାରିଲାଣି । ତାଙ୍କର ଏହି ଭିଡିଓକୁ ଫ୍ୟାନ୍ସ ମଧ୍ୟ ଖୁବ କମେଣ୍ଟ ମଧ୍ୟ କରୁଛନ୍ତି । କହିବାକି ଏହି ବର୍ଷ ପଞ୍ଚମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ (International Yoga Day) ମନାଯାଉଅଛି । ଏହି ବର୍ଷ ଯୋଗ ଦିବସର ଥିମ ‘ଘରେ ରହି ଯୋଗ ଏବଂ ପରିବାର ସାଥିରେ ଯୋଗ’ ଅଟେ । 11 ଡ଼ିସେମ୍ବର 2014ରେ ସଂଯୁକ୍ତ ରାଷ୍ଟ୍ର ମହାସଭା 21 ଜୁନକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ (International Yoga Day) ରୂପରେ ମାନ୍ୟତା ଦେଇଥିଲେ ।

କହିବାକି ବଲିଓଡ଼ ଅଭିନେତ୍ରୀ ଅଦା ଶର୍ମା (Adah Sharma) ପଢ଼ାଇ ସାରିବା ପରେ 2008ରେ ଆସିଥିବା ହରର ଫିଲ୍ମ ‘1920’ରେ ନିଜର ବଲିଓଡ଼ ଡେବ୍ୟୁ କରିଥିଲେ । ‘1920’ର ସଫଳତା ପରେ ଅଦା ଶର୍ମା କେତେ ଗୁଡିଏ ଫିଲ୍ମରେ ନିଜର ଭୂମିକା ନିଭାଇଥିଲେ । ‘ହସି ତୋ ଫସି’ରେ ସିଦ୍ଧାର୍ଥ ମାଲହୋତ୍ରାଙ୍କର ଗାର୍ଲଫ୍ରେଣ୍ଡ ଏବଂ ପରିଣୀତି ଚୋପ୍ରାଙ୍କ ଭଉଣୀ ଭୂମିକାରେ ଆସିଥିବା ଅଦା ଶର୍ମାଙ୍କ ଆକ୍ଟିଙ୍ଗକୁ ଏହି ଫିଲ୍ମରେ ଖୁବ ପ୍ରଶଂସା ମିଳିଥିଲା । ଏହା ବ୍ୟତୀତ ଅଦା ଶର୍ମା ଫିଲ୍ମ କମାଣ୍ଡୋରେ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଥିଲେ ।


ସେୟାର କରନ୍ତୁ