ଦୁଷ୍କର୍ମ ଅଭିଯୋଗରେ ଘରୋଇ ସ୍କୁଲ୍‌ର ପ୍ରିନ୍‌ସିପାଲ୍‌, କ୍ଲର୍କ ଗିରଫ

ଅପରାଧ
ସେୟାର କରନ୍ତୁ

ପାଟନା: ଦୁଷ୍କର୍ମ ଅଭିଯୋଗରେ ବୁଧବାର ଦିନ ପାଟନାର ଫୁଲ୍‌ଓ୍ଵାରିଶରିଫ୍‌ସ୍ଥିତ ଗୋଟିଏ ଘରୋଇ ସ୍କୁଲ୍‌ର ଜଣେ ପ୍ରିନ୍‌ସିପାଲ୍‌ଙ୍କୁ ଗିରଫ କରାଯାଇଛି। ଘଟଣାର ଭିଡିଓ କ୍ଲିପ୍‌ କରି ପୀଡ଼ିତାଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ ସେଇ ସ୍କୁଲ୍‌ର ଜଣେ କ୍ଲର୍କ । ତାଙ୍କୁ ମଧ୍ୟ ହାଜତକୁ ନିଆଯାଇଛି । ଝିଅକୁ ଧମକ ଦେବାରେ ବ୍ୟବହୃତ ଛୁରିଟି ମଧ୍ୟ ଜବତ୍‌ ହୋଇଛି। ଝିଅଟିକୁ 9ମାସ ଧରି ଦୁଷ୍କର୍ମ ହେଉ ଥିବାର ଜଣାପଡିଛି ।

ସ୍କୁଲ୍‌ରୁ ଘରକୁ ଫେରି ଝିଅଟି ବାନ୍ତି କରିବା ପରେ କଥା ଜଣା ପଡ଼ିଥିଲା ବୁଧବାର ଦିନ ।ସେ ଅନ୍ତଃସତ୍ତ୍ୱା ବୋଲି ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିବା ପରେ ପୁଲିସକୁ ଝିଅର ପରିବାର ଘଟଣା ବିଷୟରେ ଜଣାଇଥିଲା।

ପ୍ରିନ୍‌ସିପାଲ୍‌ ତାକୁ ଛୁରି ଦେଖାଇ ଧମକ ଦେଉଥିଲେ। ଅଫିସ୍‌କୁ ଖାତା ଦେଖିବା ବାହାନାରେ ତାଙ୍କୁ ଡାକି ଦୁଷ୍କର୍ମ କରୁଥିଲେ । ସ୍କୁଲ୍‌ର କ୍ଲର୍କ ଦୁଷ୍କର୍ମର ଭିଡିଓକୁ ଗଣମାଧ୍ୟମରେ ପ୍ରସାରଣ କରିଦେବ ଧମକ ଦେଇ ବ୍ଲାକ୍‌ମେଲ୍‌ କରୁଥିଲେ ।

ଏହି ମାମଲାଟି ଫୁଲଓ୍ଵାରିଶରିଫ୍‌ ଥାନା ଝିଅର ପିତାମାତାଙ୍କ ବୟାନ ଆଧାରରେ ଏକ ମାମଲା ରୁଜୁ କରିଥିଲା ।ପରେ ଅଧିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏହି ମାମଲାଟିକୁ ମହିଳା ଥାନାକୁ ସ୍ଥାନାନ୍ତର କରିଥିଲା।


ସେୟାର କରନ୍ତୁ