ନାଗା ବାବାଙ୍କୁ ଉଲଗ୍ନ କରି ନିର୍ଧୁମ ମାଡ଼ ମାରିବା ଘଟଣା: ୭କିନ୍ନର ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ଖଣ୍ଡଗିିରିରେ କିନ୍ନରମାନଙ୍କ ଆତଙ୍କରାଜ ଗାତକାଲି ଦେଖିବାକୁ ମିଳିଥିଲା । ଖଣ୍ଡଗିିରି ପାହାଡ ଉପରେ ଆଶ୍ରମ କରିଥିବା ନାଗା ବାବାଙ୍କୁ ଉଲଗ୍ନ କରି କିନ୍ନରମାନେ ଗୋଡେଇ ଗୋଡେଇ କାଠ ଫାଳିଆରେ ମାଡ ମାରିବା ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ସ୍ଥାନୀୟ ପୁଲିସ ଆଜି ୭ଜଣ କିନ୍ନରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ସୋନୁ କିନ୍ନର, ବବି କିନ୍ନର, ଶିଲା କିନ୍ନର, ଶ୍ରଦ୍ଧା କିନ୍ନର, ସ୍ୱିଟି କିିନ୍ନର, ରାଖୀ କିନ୍ନର ଓ ସୀମରନ କିନ୍ନର । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।

ସୂଚନାଥାଉକି, ଖଣ୍ଡଗିରି ପାହାଡରେ ନାଗା ବାବାଙ୍କ ମଠ ରହିିଛି । ମଠ ପଛପଟେ ଓ ଆଗ ସମ୍ମୁଖରେ କିନ୍ନରମାନେ ହୋ’ହଲ୍ଲା ସହ ଯୁବକ ଯୁବତୀମାନଙ୍କୁ ଆଣି ଅସାମାଜିକ କାର୍ଯ୍ୟରେ ଲିପ୍ତ କରାଉଥିଲେ । ଏହାକୁ ନାଗା ବାବା ବିରୋଧ କରି ଆସୁଥିଲେ । ଅନେକ ସମୟରେ ପିସିଆର ଭ୍ୟାନକୁ ଦେଖି ସେମାନେ ମଠ ଭିତରକୁ ପଶି ଯାଉଥିଲେ । ମଠରେ ପସିବା ନେଇ ନାଗା ବାବା କିନ୍ନରମାନଙ୍କୁ ବିରୋଧ କରି ମଠରୁ ବାହାରିବା ପାଇଁ କହିଥିଲେ । ବାବାଙ୍କ ପାଟି ଶୁଣି ଓ ପୁଲିସ ଆସିବା ଭୟରେ କିନ୍ନରମାନେ ସେଠାରୁ ପୁଣି ଚାଲିଯାଇଥିଲେ । ବାବା ସେମାନଙ୍କୁ ତଡି ଦେବାରୁ ସେମାନଙ୍କ ରାଗ ମୁଣ୍ଡକୁ ଚଢ଼ି ଯାଇଥିଲା ।

ଖାଲି ଏତିକି ନୁହେଁ ସେମାନେ ଗତକାଲି ଜୋରଜବରଦସ୍ତ ମଠରେ ପଶି ବାବାଙ୍କୁ ଚାନ୍ଦା ମାଗିଥିଲେ । ବାବା ମନା କରିବାରୁ ସେମାନେ ବାବାଙ୍କୁ ପାନେ ଦେବା ପାଇଁ ମନସ୍ଥ କରିଥିଲେ । ୩୦ରୁ ଉର୍ଦ୍ଧ କିନ୍ନର ମଠରେ ପହଚିଂ ହୋ’ହାଲା କରିବା ସହ ମଠ ଭିତରୁ ନାଗାବାବାଙ୍କୁ ବାହାରକୁ ଟାଣି ଆଣି ବିଧା ଓ ଗୋଇଠା ମାଡ ମାରିଥିଲେ । ପରେ ବାବାଙ୍କୁ ରାସ୍ତାକୁ ଘୋଷାରି ଆଣିବା ସହ ଉଲଘ୍ନ କରି ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣା ଦେଖି କେହି ଖଣ୍ଡଗିରି ଥାନାକୁ ଖବର ଦେଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଚିଂ ବାବାଙ୍କୁ ଉଦ୍ଧାର କରିବା ବଦଳରେ ସେଠି ପହଚିଂ ଦେଖଣାହାରୀ ସାଜିଥିବା ଅଭିଯୋଗ ହୋଇଛି । ଏନେଇ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ୭ଜଣଙ୍କୁ ଗିରଫ କରିଛି । ଅନ୍ୟ କିନ୍ନରଙ୍କୁ ଧରିବା ଲାଗି ତନାଘନା ଚଳାଇଛି ।


ସେୟାର କରନ୍ତୁ