Har Funn Maula Released: ଅମୀର ଖାନ ଏଲି ଅବରାମଙ୍କ ସହ କରୁଛନ୍ତି ରୋମାନ୍ସ , ଆସନ୍ତୁ ଦେଖିବା ଭିଡ଼ିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ଏବଂ ଅଭିନେତ୍ରୀ ଏଲି ଅବରାମଙ୍କ ଗୀତ ରିଲିଜ ହୋଇଯାଇଛି । ପ୍ରଶଂସକମାନେ ଉତ୍ସାହର ସହିତ ଏହି ଗୀତକୁ ଅପେକ୍ଷା କରିଥିଲେ ଏବଂ ବର୍ତ୍ତମାନ ଏହି ଗୀତଟି ରିଲିଜ୍ ହେବା ମାତ୍ରେ ଛାଇଯାଇଛି । ବହୁ ପ୍ରତୀକ୍ଷିତ ଗୀତ ‘ହର ଫନ୍ ମୌଲା’ ଆସିବା ମାତ୍ରେ ହିଁ ଧମାଲ ମଚାଉଛି । ଏହି ଗୀତରେ ଏଲି ଅବରାମ ଏବଂ ଆମୀର ଖାନଙ୍କ ଯୋଡି ଚମତ୍କାର ଦେଖାଯାଉଛନ୍ତି । ଉଭୟଙ୍କ କେମେଷ୍ଟ୍ରି ମଧ୍ୟ ଜବରଦସ୍ତ ଦେଖାଯାଉଛି ।

କିଛି ସମୟ ପୂର୍ବରୁ ମୁକ୍ତିଲାଭ କରିଥିବା ଏହି ଗୀତକୁ ଏପର୍ଯ୍ୟନ୍ତ 4 ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଏଥିସହ ପ୍ରଶଂସକମାନେ ଆମୀର ଖାନଙ୍କ ଅଭିନୟ ଏବଂଡ୍ୟାନ୍ସକୁ ପ୍ରଶଂସା କରୁଛନ୍ତି । କିଛି ଦିନ ପୂର୍ବେ ଆମୀର ଖାନ ଏବଂ ଏଲି ଅବରାମଙ୍କ ଏହି ଗୀତର କିଛି ଦୃଶ୍ୟ ପ୍ରକାଶ ପାଇଥିଲା, ଯେଉଁଥିପାଇଁ ଅନେକ ଗୁଜବ ସୃଷ୍ଟି ହୋଇଥିଲା । ଏହି ଗୀତଟି ‘କୋଇ ଜାନେ ନ’ ର ଅଟେ ।

ଏଠାରେ ଦେଖନ୍ତୁ ଭିଡ଼ିଓ….

ଏହି ଗୀତରେ ଆମୀର ଖାନ ବ୍ଳୟୁ ଜ୍ୟାକେଟ, ସାର୍ଟ ଏବଂ ବ୍ରାଉନ ଟ୍ରାଉଜରରେ ନଜର ଆସିଛନ୍ତି । ଏଥି ସହିତ, ଏଲି ଏକ ଶିମ୍ରି ମାରୁନ୍ ପୋଷାକ ପିନ୍ଧିଛନ୍ତି । ଏହି ଲୁକରେ ଆମୀର ଖାନ ୟଙ୍ଗ ଏଜର ଅଭିନେତାମାନଙ୍କୁ କଡ଼ା ଟକ୍କର ଦେଉଛନ୍ତି ।

କହିବାକି ଫିଲ୍ମ ‘କୋଇ ଜାନେ ନ’ ନିର୍ଦ୍ଦେଶନା ଆମୀର ଖାନଙ୍କ ବନ୍ଧୁ ଅମିନ ହାଜି ଦେଉଛନ୍ତି । ଏହି ଫିଲ୍ମ ସହିତ ଆମିନ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଉଛନ୍ତି । ଭୂଷଣ କୁମାରଙ୍କ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା କୁନାଲ କପୁର ନଜର ଆସିବେ । ଏହାକୁ ସାଇକ୍ଳଜିକଲ ଥ୍ରୀଲର ଫିଲ୍ମ କୁହାଯାଉଛି । ଏହା ବ୍ୟତୀତ ଅମୀର ଖାନ କରୀନା କପୁରଙ୍କ ସହ ଫିଲ୍ମ ‘ଲାଲ ସିଂହ ଚଢା’ରେ ନଜର ଆସିବେ । ଉଭୟ ମୁଖ୍ୟ ଚରିତ୍ରରେ ଅଛନ୍ତି । ଆମିରଙ୍କ ଏହି ଫିଲ୍ମ ଚଳିତ ବର୍ଷ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ ।


ସେୟାର କରନ୍ତୁ