ବୁଦାରୁ ମିଳିଲା ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ, ପିଟିପିଟି ହତ୍ୟା ଅଭିଯୋଗ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ବର: ପୁଣି ଚନ୍ଦ୍ରଶେଖରପୁର ଅଚଂଳରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ଶରୀରକୁ ପୁଲିସ ଜବତ କରିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ କେନ୍ଦ୍ରପଡ଼ା ଜିଲ୍ଲାର ବିପିନ ବିଶ୍ୱାଳ (୫୪) । ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଚିଂ ମୃତ ଶରୀରକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଛି ।

ସେପଟେ ବିପିନଙ୍କ ମୁଣ୍ଡ ଓ ଗୋଡିରେ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କ ନାକ ଓ ପାଡିରୁ ରକ୍ତ ବାହାରୁ ଥିବା ଦେଖିବାକୁ ମିଳିଛି । ତେଣୁ ତାଙ୍କୁ କେହି ପିଟିପିଟି ହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ।

ଗତ ଫ୍ରେବୃଆରୀ ମାସରେ ହାଉସିଂ ବୋର୍ଡ କଲୋନୀର ଧନେଶ୍ୱର ଦାସ ନାମକ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ ହୋଇଥିଲା । ଏହି ଘଟଣାର ପର୍ଦାଫାସ ପୁଲିସ ଏପର୍ଯ୍ୟନ୍ତ କରି ନଥିବା ବେଳେ ବୁଧବାର ଏଭଳି ଘଟଣା ଘଟିବା ସ୍ଥାନୀୟ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପୁଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅନ୍ୟପଟରେ ବିପିନକୁ କେହି ଦୁର୍ବୃତ ହତ୍ୟା କରିଥିବା ପରିବାର ଲୋକେ ପୁଲିସ ନିକଟରେ ଅଭିଯୋଗ ଆଣିବା ସହ ଘଟଣାର ସଠିକ ତଦନ୍ତ କରି ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି ।

ସୂଚନା ମୁତାବକ, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଟ୍ରାଞ୍ଜିଟ ହାଉସ ପଛପଟ ବୁଦାରୁ ବିପିନଙ୍କ ରକ୍ତାକ୍ତ ଶରୀର ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ସେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ ।

ଟ୍ରାଞ୍ଜିଟ ହାଉସ ବସ୍ତିରେ ଦୀର୍ଘଦିନ ଧରି ବିପିନ ପତ୍ନୀ, ୪ଝିଅ ଓ ୩ପୁଅ ସହ ରହିଆସୁଥିଲେ । ସେ ମୁଖ୍ୟତଃ ମୁଜୁରିଆ କାମ କରେ । ପରିଶ୍ରମ କରି ଯାହା ରୋଜଗାର କରେ ସେଥିରେ ତାଙ୍କ ପରିବାରର ପେଟ ପୋଷେ । ୪ଦିନ ତଳେ ବିପିନ ଏକ କାମରେ ଚୁନକୁଳି ବସ୍ତିକୁ କୌଣସି କାମ ପାଇଁ ଯାଇଥିଲେ । ଫେରିବା ବେଳକୁ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ପ୍ରଶ୍ନ ହେବାରୁ ସେ ଘରେ କହିଥିଲେ ଯେ ବସ୍ତିର କିଛି ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ବାସ ସବୁ ଠିକଠାକ ଥିଲା । ଗତ ମଙ୍ଗଳବାର ସେ ଦିନ ୧୧ଟାରେ ଘରୁ ବାହାରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରିନଥିଲେ । ବ୍ୟସ୍ତ ହୋଇ ପରିବାର ଲୋକେ ଓ ପଡୋଶୀ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ । ହେଲେ ବିପିନଙ୍କର କୌଣସି ପତ୍ତା ମିଳିନଥିଲା । ଆଜି ସକାଳେ ସ୍ଥାନୀୟ ଲୋକେ ବିପିନର ରକ୍ତ ଜୁଡୁବୁଡୁ ଶରୀରକୁ ବସ୍ତି ନିକଟ ଏକ ଜଙ୍ଗଲରେ ପଡିଥିବା ଦେଖିବାକୁ ପାଇଥିଲେ ।


ସେୟାର କରନ୍ତୁ