ଟ୍ରିପଲ ମର୍ଡର ଘଟଣା: ୫ବର୍ଷ ପରେ ସିବିଆଇ ହାତରେ ଧରାପଡିଲେ ହତ୍ୟାକାରୀ ସ୍ୱାମୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ପୁରୀରେ ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ କରିଛି ସିବିଆଇ । ୫ ବର୍ଷ ଫେରାର ରହିବା ପରେ ହତ୍ୟାକାରୀ ସ୍ୱାମୀଙ୍କୁ କୋଲକାତାରୁ ଗିରଫ କରିଛି ସିବିଆଇ ଟିମ । ଅଭିଯୁକ୍ତ ଜଣଙ୍କ ହେଲେ ଅମିତ ଅଗ୍ରୱାଲ । ସିବିଆଇ ଅମିତଙ୍କୁ ଗିରଫ କରିବା ପରେ ୧୪ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟରେ ଆବେଦନ କରିଥିଲା । କୋର୍ଟ ୧୦ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ପ୍ରଦାନ କରିଛନ୍ତି ।

ରିମାଣ୍ଡ ଅବଧିରେ ଅମିତକୁ ଜେରା ବେଳେ ହତ୍ୟାକାଣ୍ଡ ଉପରେ ଅନେକ ଗୁମର ଖୋଲିବ ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି । ଉତ୍ତର ପ୍ରଦେଶରୁ ବୁଲିବାକୁ ଆସିଥିବା ଅଗ୍ରୱାଲ ଫ୍ୟାମିଲି ୨୦୧୩ ଡିସେମ୍ବର ୯ ତାରିଖରେ ପୁରୀ ଜମିଦାର ପ୍ୟାଲେସରେ ରହିଥିଲେ । ପତ୍ନୀ ଗର୍ଭବତୀ ଥିବା ଅବସ୍ଥାରେ ଓ ଦୁଇ ପିଲାଙ୍କୁ ହତ୍ୟା କରି ଅମିତ ଫେରାର ହୋଇଯାଇଥିଲା । ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହେବା ପରେ ଘଟଣାର ତଦନ୍ତ ସିବିଆଇକୁ କୋର୍ଟ ଦେଇଥିଲେ ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଅମିତ ଅଗ୍ରୱାଲ, ପତ୍ନୀ, ୭ ବର୍ଷର ଝିଅ ଓ ୪ ବର୍ଷର ପୁଅ ୨୦୧୩ରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ । ୯ ତାରିଖ ବିଳମ୍ବିତ ରାତିରେ ଅମିତ ପରିବାରର ତିନି ସଦସ୍ୟଙ୍କୁ ହତ୍ୟା କରି ଚମ୍ପଟ ହୋଇଯାଇଥିଲା । ପରଦିନ ସକାଳେ ହୋଟେଲର କର୍ମଚାରୀ ଅମିତଙ୍କୁ ଡାକିଥିଲେ ହେଲେ କାହାରି ସ୍ୱର କବାଟ ସେପଟୁ ସୁଭିନଥିଲା । କର୍ମଚାରୀମାନେ ରୁମ ଭିତରେ ପଶି ଦେଖିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୩ଟି ମୃତଦେହ ପଡିଥିଲା । କର୍ମଚାରୀମାନେ ଏନେଇ ପୁରୀ ପୁଲିସକୁ ଖବର ଦେବା ପରେ ପୁଲିସ, ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରିଥିଲେ ।

ସ୍ୱାମୀ ଅମିତ ଘଟଣାସ୍ଥଳରେ ନଥିବାରୁ ପୁଲିସର ସନ୍ଦେହ ବଢ଼ିବାରେ ଲାଗିଥିଲା । ମୃତଦେହ ନିକଟରୁ ପୁଲିସ କିଛି ପୂଜା ଜିନିଷ ଜବତ କରିଥିବାରୁ ଏହା ଏକ ଗୁଣିଗାରେଡି ଜନିତ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରିଥିଲା । ଏଥିସହ ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ଉ କରି ଶେଷରେ ଗିରଫ କରିବାରେ ନାକାମ ରହିଥିଲା । ପୁଲିସ ବହୁବାର ଉତ୍ତରପ୍ରଦେଶ, କୋଲକାତା, ଇନ୍ଦୋର ଆଦି ସ୍ଥାନରେ ଚଢ଼ଉ କରି ଅମିତର ପତ୍ତା ପାଇ ନଥିଲା । ୨୦୧୫ରେ ହାଇକୋର୍ଟ ଟ୍ରିପୁଲ ମର୍ଡର ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଥିଲେ ।


ସେୟାର କରନ୍ତୁ