ପଥରଖମ୍ବ ଛକ ରେଲୱେ ଟ୍ରାକ ଉପରୁ ମହିଳାଙ୍କ ମୃତ ଦେହ ଜବତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ବୁଧବାର ପୂର୍ବାହ୍ନରେ ଅନୁଗୁଳ-ସୁକିନ୍ଦା ନୂଆ ରେଳ ଲାଇନ ମୁକ୍ତାପସିର ପଥରଖମ୍ବ ଛକ ରେଲୱେ ଟ୍ରାକ ଉପରେ ଜଣେ ମହିଳାଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା । ମୃତ ମହିଳା ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ପଥରଖମ୍ବ ଗ୍ରାମର ପ୍ରଦୀପ ବିଶ୍ୱାଳଙ୍କ ସ୍ତ୍ରୀ ବନିତା ବିଶ୍ୱାଳ (ବୟସ 40) ବୋଲି ଜଣାପଡିଛି ।

ସୂଚନା ମୁତାବକ, ମୃତ ମହିଳା ଜଣଙ୍କ ଦେହ ଠିକରେ ଭଲ ରହୁ ନଥିବାରୁ ଆଜି ସେ ଭୋର ଘରୁ ଦେହ ଦେଖାଇବା ଆଉ ମେଡ଼ିସିନ ପାଇଁ ମୁକ୍ତାପସିକୁ ଆସିଥିଲେ । ଆସିଲା ପରେ ଖବର ପାଇଲୁ ଯେ ମୃତ ମହିଳା ଜଣଙ୍କ ରେଳ ଲାଇନ ଉପରେ ପଡିଛି ବୋଲି ସମ୍ପର୍କୀୟ କୁହନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ସତ୍ୟାସତ୍ୟ ଘଟଣା ଉପରେ ତଦନ୍ତ ଜାରି ରଖିଛି ।

ତେବେ ସକାଳ ସମୟରୁ ଏହି ଘଟଣା ଘଟିଥିଲେ ମଧ୍ୟ ଏହାର ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଶାସନିକ ସ୍ତରରୁ କେହି ପହଞ୍ଚି ନଥିବାରୁ ପଥରଖମ୍ବ ଛକ ନିକଟରେ ମୃତକଙ୍କ ଗ୍ରାମବାସୀଙ୍କ ତରଫରୁ NH-53କୁ କିଛି ସମୟ ପାଇଁ ରାସ୍ତାରୋକ କରାଯାଇଥିଲା । ଯାହା ଫଳରେ ଶହଶହ ଗାଡି ଉଭୟ ପାର୍ଶ୍ୱରେ ଅଟକି ରହିଥିଲା । ପରେ ପରଜଙ୍ଗ ତହସିଲଦାର ସିରିଆଲ ଶୁଭ୍ର ପଟେଲ ଲୋକମାନଙ୍କୁ ବୁଝାସୁଝା କରିବା ପରେ ଲୋକମାନେ ରାସ୍ତାରୁ ହଟିଥିଲେ ଏବଂ ରାସ୍ତା ସ୍ୱାଭାବିକ ହୋଇଥିଲା ।

ସୂଚନା ଥାଉକି, ଏହି ଅନୁଗୁଳ-ସୁକିନ୍ଦା ନୂତନ ବୁଢାପଙ୍କ ଏବଂ ବାଘୁଆପାଳ ଷ୍ଟେସନ ୟାର୍ଡ ନୂଆ ରେଳ ଲାଇନରେ ଟ୍ରେନ ଚଳାଚଳ ପାଇଁ ଗତ କିଛି ଦିନ ହେବ ପଣ୍ୟ ଦ୍ରବ୍ୟ ପରିବହନ ପାଇଁ ସ୍ୱୀକୃତି ମିଳିଅଛି । ତେବେ ଏହି ଅଘଟଣକୁ ଯଦି କୁହାଯିବ ଏହା ହେଉଛି ଏହି ଲାଇନରେ ପ୍ରଥମ ଘଟଣା ।


ସେୟାର କରନ୍ତୁ